ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଦିନକୁ ଦିନ ଅତି ସାଙ୍ଘାତିକ ରୂପ ନେଉଛି । ବିଶେଷକରି ଦୈନିକ ସଂକ୍ରମଣ ଆହୁରି ଭୟଙ୍କର ହେବାରେ ଲାଗିଛି । ଆଜିର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅତୀତର ସବୁ ରେକଡର଼୍ ଭଙ୍ଗ କରିଛି । ଗତ ୨୪ ଘଣ୍ଟାରେ ୪୫ ହଜାର ୭୨୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ପୂର୍ବରୁ କେବେବି ଗୋଟିଏ ଦିନରେ ଏତେ ସଂଖ୍ୟକ ବ୍ୟକ୍ତି କରୋନାରେ ପ୍ରାଣ ହରାଇ ନଥିଲେ । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ୩ ହଜାର ୬୩୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧କୁ ବୃଦ୍ଧି ପାଇଛି । ୭ ଲକ୍ଷ ୮୨ ହଜାର ୬୦୬ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୧୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୬୪ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡରେ ୧୩ଜଣ, ଛତିଶଗଡରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୭୧୯ଜଣ, ଗୋଆରେ ୨୮ଜଣ, ଗୁଜରାଟରେ ୨୨୨୪ଜଣ, ହରିୟାଣାରେ ୩୭୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୭୩ ଜଣ , ଝାଡଖଣ୍ଡରେ ୬୪ ଜଣ, କର୍ଣ୍ଣାଟକରେ ୧୫୧୯ଜଣ, କେରଳରେ ୪୫ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୭୦ଜଣ, ମହାରାଷ୍ଟ୍ରରେ ୧୨୫୫୬ଜଣ, ମେଘାଳୟରେ ୪ ଜଣ, ଓଡିଶାରେ ୧୦୮ଜଣ, ପୁଦ୍ଦୁଚେରୀରେ ୩୧ ଜଣ, ପଞ୍ଜାବରେ ୨୬୯ ଜଣ, ରାଜସ୍ଥାନରେ ୫୮୩ଜଣ, ତାମିଲନାଡୁରେ ୩୧୪୪ଜଣ, ତେଲେଙ୍ଗାନାରେ ୪୩୮ଜଣ, ତ୍ରିପୁରାରେ ୯ଜଣ, ଉତ୍ତରାଖଣ୍ଡରେ ୫୭ଜଣ, ଉତ୍ତରପ୍ରଦେଶରେ ୧୨୬୩ଜଣ ଏବଂ ପଶ୍ଚମବଙ୍ଗରେ ୧୨୨୧ଜଣ ।