ଆନ୍ଧ୍ରରେ ପୁଣି ଗ୍ୟାସ୍‌ ଲିକ୍‌: ୧୪ ମହିଳାଙ୍କ ସମେତ ୨୦ ଅସୁସ୍ଥ

ଚିତ୍ତୂର : ଆନ୍ଧ୍ରପ୍ରଦେଶରେ ପୁଣି ଗ୍ୟାସ୍‌ ଲିକ୍‌ ଅଘଟଣ ଘଟିଛି । ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟରେ ଥିବା ହାଟସନ୍‌ ଡାଏରୀ କାରଖାନାରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି । ଏଥିରେ ୨୦ଜଣ କର୍ମଚାରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ୧୪ଜଣ ମହିଳା ଅଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଚିକିତ୍ସା ନିମନ୍ତେ ଅସୁସ୍ଥ ମହିଳାମାନଙ୍କୁ ତୁରନ୍ତ ଚିତ୍ତୂର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ଖବର ପାଇବା ମାତ୍ରେ ଜିଲ୍ଲାପାଳ ନାରାୟଣ ଭାରତ ଗୁପ୍ତ ଏବଂ ପୁଲିସ ସୁପରିଟେଣ୍ଡେଣ୍ଟ ସେନ୍ଧିଲ୍‌ କୁମାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଗଣମାଧ୍ୟମକୁ ଜିଲ୍ଲାପାଳ ନାରାୟଣ ଭାରତ ଗୁପ୍ତ କହିଛନ୍ତି, ଏତେ ଶୀଘ୍ର ଲିକ୍‌ର କାରଣ ସମ୍ବନ୍ଧରେ କହି ହେବନାହିଁ । ଆମୋନିଆ ଗ୍ୟାସ୍‌ ଯୋଗାଣ ହେଉଥିବା ପାଇପ୍‌ରେ ୱେଲ୍‌ଡିଙ୍ଗ୍‌ ହେବା ସମୟରେ ଗ୍ୟାସ୍‌ ଲିକ୍‌ କରିଥିଲା

Comments (0)
Add Comment