ଭାରତ ଫେରନ୍ତା ଅଷ୍ଟ୍ରେଲିଅ ନାଗରିକଙ୍କ ଉପରେ ଅଷ୍ଟ୍ରେଲିଆର ପ୍ରତିବନ୍ଧକ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିରସନ ଭାରତରୁ ଫେରୁଥିବା ଅଷ୍ଟ୍ରେଲିଆ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷ୍ପତି ଦେଶର ହିତ ତଥା କରୋନା ଭାଇରସର ତୃତୀୟ ଲହରୀକୁ ରୋକିବା ପାଇଁ ନିଆଯାଇଥିବା ନିଜ ବିବୃତିରେ ରଖିଛନ୍ତି। ସ୍ବଦେଶ କୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଭାରତ ରେ ୧୪ ଦିନ ସମୟ ଅତିବାହିତ କରିଥିବା ଅଷ୍ଟ୍ରେଲିୟ ନାଗରିକଙ୍କୁ ଦେଶ ଭିତରକୁ ପ୍ରବେଶ କରିବା ଉପରେ କଟକଣା ଲାଗୁକରିବା ତଥା ନିୟମ ଉଲଂଘନ କଲେ ୫ବର୍ଷ ଜେଲ୍ ଦଣ୍ଡ ସହିତ ୬୬୦୦୦ ଅଷ୍ଟ୍ରେଲିଆନ ଡଲାର ଜୋରିମାନା ର ନିଷ୍ପତି ଇତିହାସ ରେ ପ୍ରଥମ।
ପ୍ରଧାନମନ୍ତ୍ରୀ ତାଙ୍କ ବୟାନ ରେ ରଖିଛନ୍ତି , ଯଦିଓ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଓ ବହୁତ କଷ୍ଟଦାୟକ ନିଷ୍ପତି ତଥାପି ଦେଶର ସର୍ବୋତ୍ତମ ହିତ ଓ କୋଭିଡ- ୧୯ ର ସଂକ୍ରମଣକୁ ରୋକିବା ଦିଗରୁ ଅତ୍ୟାବଶ୍ୟକ ଅଟେ।

Comments (0)
Add Comment