ଅଣସବ୍‌ସିଡି ଗ୍ୟାସ ଦର ବଢ଼ିଲା

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ ଏଲ୍‌ପିଜି ଦର ବୃଦ୍ଧି କାରଣରୁ ଭାରତରେ ଅଣସବ୍‌ସିଡ୍ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଅଣ ସବ୍‌ସିଡି ଗ୍ୟାସ ସିଲିଣ୍ଡର ପିଛା ୧୧ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ପୂର୍ବରୁ ଦିଲ୍ଲୀରେ ଅଣସବ୍‌ସିଡି ଗ୍ୟାସର ଦର ୫୮୧.୫୦ ଟଙ୍କା ଥିଲା; କିନ୍ତୁ ଏବେ ସିଲିଣ୍ଡର ପିଛା ୫୯୩ ଟଙ୍କାକୁ ବୃଦ୍ଧି ପାଇଛି । ଏହିପରି ଭାବେ କୋଲକାତାରେ ଏହାର ଦର ୬୧୬ ଟଙ୍କା ହୋଇଛି । ପୂର୍ବରୁ କୋଲକାତାରେ ସିଲିଣ୍ଡର ଦର ଟ୫୮୪.୫୦ ଥିଲା । ମୁମ୍ବାଇରେ ପୂର୍ବରୁ ସିଲିଣ୍ଡର ପିଛା ୫୮୯.୫୦ ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ଟ/୫୯୦.୫୦ରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ୫୬୯ ଟଙ୍କା ୫୦ରୁ ୬୦୬ ଟଙ୍କା ୫୦କୁ ବୃଦ୍ଧି ପାଇଛି । ତେବେ ଚେନ୍ନାଇରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୩୭ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ଉପରେ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ ଏହି ବୃଦ୍ଧିର କୌଣସି ପ୍ରଭାବ ପକାଇବ ନାହିଁ ।

Comments (0)
Add Comment