ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ୁଛି । ଆଜି ସୁସ୍ଥ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୩୭ ହଜାର ୧୪୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି । ଏହି ଅବଧି ଭିତରେ କରୋନାରେ ୫୮୭ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୯୬ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡରେ ୧୨ ଜଣ, ଛତିଶଗଡରେ ୨୫ ଜଣ, ଦାଦର ନଗର ହାୱ?ଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୬୬୩ ଜଣ, ଗୋଆରେ ୨୩ ଜଣ, ଗୁଜରାଟରେ ୨୧୬୨ ଜଣ, ହରିୟାଣାରେ ୩୫୫ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୫୪ ଜଣ , ଝାଡଖଣ୍ଡରେ ୫୩ ଜଣ, କର୍ଣ୍ଣାଟକରେ ୧୪୦୩ ଜଣ, କେରଳରେ ୪୩ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୩୮ ଜଣ, ମହାରାଷ୍ଟ୍ରରେ ୧୨୦୩୦ ଜଣ, ମେଘାଳୟରେ ୪ ଜଣ, ଓଡିଶାରେ ୯୭ ଜଣ, ପୁଦ୍ଦୁଚେରୀରେ ୨୯ ଜଣ, ପଞ୍ଜାବରେ ୨୬୨ ଜଣ, ରାଜସ୍ଥାନରେ ୫୬୮ ଜଣ, ତାମିଲନାଡୁରେ ୨୫୫୧ ଜଣ, ତେଲେଙ୍ଗାନାରେ ୪୨୨ ଜଣ, ତ୍ରିପୁରାରେ ୭ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୧୯୨ ଜଣ ଏବଂ ପଶ୍ଚମବଙ୍ଗରେ ୧୧୪୭ ଜଣ ।