ଦେଶରେ ଦ୍ରୁତଗତିରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୩୩୨୦ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋରନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢିବଢି ଚାଲିଛି । କରୋନା ପଜିଟିଭଙ୍କ ସଂଖ୍ୟା ୫୯ହଜାର ଅତିକ୍ରମ କରିସାରିଥିବା ବେଳେ ୧୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯,୬୬୨ରେ ପହଞ୍ଚିଥିବା ବେଳେ ୧,୯୮୧ ଲୋକଙ୍କ ଜୀବନ ଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯,୮୩୪ ଆକ୍ଟିଭ୍ କେସ୍ ଥିବା ବେଳେ ୧୭,୮୪୭ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଥିଲା ଯେ, ଦେଶର ୨୧୬ ଜିଲ୍ଲାରେ ଏ ଯାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ସେହପରି ୪୨ ଜିଲ୍ଲାରେ ୨୮ ଦିନ ଓ ୨୯ ଜିଲ୍ଲାରେ ୨୧ ଦିନ ହେଲାଣି ଆଉ କୌଣସି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି ।

Comments (0)
Add Comment