ନାବାଳିକାକୁ ଅପହରଣ କରି ୫ ଜାଗାରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଲେ ଗଣଦୁଷ୍କର୍ମ, ୧୪ ଗିରଫ

ପୁଣେ : ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୧୪ ବର୍ଷିୟ ନାବାଳିକାକୁ ଅପହରଣ କରି ଅଭିଯୁକ୍ତମାନେ ୫ ଜାଗରେ ୪୮ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି । ଝିଅଟିକୁ ପୁଣେ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଣେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି । ଏଥିରେ ଝିଅର ଜଣେ ବନ୍ଧୁ, ଦୁଇ ରେଳ କର୍ମଚାରୀ ଏବଂ ୧୧ ଅଟୋରିକ୍ସା ଡ୍ରାଇଭର ସଂପୃକ୍ତ ଅଛନ୍ତି । ନାବାଳିକ ଜଣକ ଏବେ ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ଏବେ ନିରାପଦ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କର ଶାରୀରିକ କ୍ଷତ ଭଲ ହୋଇପାରେ ସତ କିନ୍ତୁ ମାନସିକ ଆଘାତ ତାଙ୍କ ଜୀବନସାରା ରହିବ । ଏ ସଂପର୍କରେ ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ପୂର୍ବରୁ ବହୁ କଷ୍ଟରେ ଅଛୁ, ଆମକୁ ଏ ବିଷୟରେ ପଚାରି ଆଉ କଷ୍ଟ ଦିଅନ୍ତୁ ନାହିଁ । ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀ ଡିସିପି ନମ୍ରତା ପାଟିଲ କହିଛନ୍ତି ଅଗଷ୍ଟ ୩୧ ତାରିଖ ରାତି ୧୦.୩୦ରେ ଏହି ଘଟଣା ପ୍ରଥମେ ଘଟିଥିଲା । ଝିଅଟିର ପିତାମାତା ଅତ୍ୟନ୍ତ ଗରିବ ଏବଂ ପୁଣେର ଏକ ନର୍ସରୀରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । କାହାକୁ ନ ଜଣାଇ ନାବାଳିକା ଜଣକ ତାଙ୍କ ୧୯ ବର୍ଷର ବନ୍ଧୁଙ୍କୁ ଭେଟିବା ପାଇଁ ଘରୁ ବାହାରି ଆସିଥିଲେ । ସେ ଏକ ଅଟୋ ରିକ୍ସାରେ ପୁଣେ ଷ୍ଟେସନରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଏଠାରେ ଠିଆ ହେବା ପରେ ଯେତେବେଳେ ତାଙ୍କ ସାଙ୍ଗ ଆସି ନଥିଲେ, ସେ କାନ୍ଦିବାକୁ ଲାଗିଥିଲେ । ତାଙ୍କ କାନ୍ଦ ଦେଖି ଏକ ଅଟୋ ଡ୍ରାଇଭର ତାଙ୍କ ପାଖକୁ ଆସିଥିଲା । ସେ ଝିଅକୁ ତାଙ୍କ ସାଙ୍ଗ ଡାକୁଛନ୍ତି କହି ଷ୍ଟେସନ ବାହାରେ ଯିବାକୁ କହିଥିଲେ । ଝିଅ ମଧ୍ୟ ଅଟୋ ଡ୍ରାଇଭର କଥା ବିଶ୍ୱାସ କରି ଷ୍ଟେସନ ବାହାରକୁ ଯାଇଥିଲେ । ଡ୍ରାଇଭର ଜଣକ ଝିଅଟିକୁ ପାଣି ପିଇବାକୁ ଦେଇଥିଲେ ଓ ପାଣି ପିଇ ସାରିବା ପରେ ସେ ଅଚେତ ହୋଇପଡିଥିଲେ । ଏହି ସମୟରେ ଝିଅଟିକୁ ପ୍ରଥମେ ଅଟୋ ଡ୍ରାଇଭର ବଳାତ୍କାର କରିଥିଲେ । ପରେ ତାଙ୍କର ଅନ୍ୟ କିଛି ସାଙ୍ଗକୁ ଡାକିଥିଲେ ଓ ସେମାନେ ମଧ୍ୟ ନାବାଳିକଙ୍କୁ ଗଣବଳାତ୍କାର କରିଥିଲେ ।

ଡିସିପି କହିଛନ୍ତି ଯେ, ପୀଡିତା ଜଣକ ଅତି କାକୁତିମନତି ହୋଇ ସେମାନଙ୍କୁ ପୋଷାକ ଓ ଖାଦ୍ୟ ମାଗିଥିଲେ ମଧ୍ୟ ଏହି ନର ରାକ୍ଷସମାନେ ତା କଥାକୁ ତିଳେ ମାତ୍ର ଧ୍ୟାନ ଦେଇନଥିଲେ । ଏପରିକି ଏକ ବନ୍ଦ କୋଠରୀରେ ତାକୁ ବନ୍ଦ କରି ଦେଇଥିଲେ । ପ୍ରତି କିଛି ଘଣ୍ଟାର ବ୍ୟବଧାନ ପରେ ଜଣକ ପରେ ଜଣେ ଆସି ପୀଡିତାଙ୍କୁ ବଳାତ୍କାର କରିଥିଲେ । ବଳାତ୍କାର ପରେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଉଥିଲେ ଯେ ଯଦି ସେ ବାହାରକୁ ଯିବା ପରେ କାହାକୁ କିଛି କୁହନ୍ତି ତେବେ ସେମାନେ ତାଙ୍କୁ ହତ୍ୟା କରିବେ । ପରେ ଝିଅଟିକୁ ଏକ ହୋଟେଲକୁ ନେଇ ଅନ୍ୟ ତିନି ଜଣ ବଳାତ୍କାର କରିଥିଲେ । ପରଦିନ ମଧ୍ୟ ସେହି ହୋଟେଲରେ ଆଉ ଚାରି ଜଣ ଲୋକ ପୀଡ଼ିତାଙ୍କୁ ଗଣବଳାତ୍କାର କରିଥିଲେ । ପୁଣେର ବିଷ୍ଣୁୱାଡି, ଭୀମନଗର, କୋଣ୍ଡୱା ଏବଂ ଅନ୍ୟ କେତେକ ସ୍ଥାନରେ ଏହି ୧୨ ଅଭିଯୁକ୍ତ ନାବାଳିକାକୁ ବଳାତ୍କାର କରିଥିଲେ । ଏପର୍ଯ୍ୟନ୍ତ ଏହି ମାମଲାରେ ମଶକ କାନିଆଲ (୨୭), ଆକବର ଶେଖ (୩୨), ଆଜାରୁଦ୍ଦିନ ଅନସାରୀ (୨୭), ନୋଏଲ ଖାନ (୨୪), ଆସିଫ ପଠାନ (୩୬), ପ୍ରଶାନ୍ତ ଗାଇକୱାଡ (୨୯), ରଫିକ୍ ଶେଖ (୩୨), ରାଜକୁମାର ପ୍ରସାଦ (୩୨) ୨୯), ଗୋଲୁ (୧୯) ଏବଂ ଅନ୍ୟ ଚାରିଜଣଙ୍କୁ ଗିରଫ କରାଯାଇଛି । ଏ ଘଟଣାରେ ଆଉ କିଛି ଲୋକ ସାମିଲ ଥାଇପାରନ୍ତି ବୋଲି ସେ କହିଛନ୍ତି ।


ସୂଚନାଯୋଗ୍ୟ ଯେ, ଝିଅଟି ତାଙ୍କର ଜଣେ ବନ୍ଧୁ ଭେଟିବା ପାଇଁ ଷ୍ଟେସନକୁ ଯାଇଥିଲେ । ସେ ଘରେ କାହାକୁ କିଛି କହିନଥିଲେ । ପରିବାର ଲୋକ ତା ପରଦିନ ଏ ସଂପର୍କର ଜାଣିବାକୁ ପାଇଥିଲେ । ଝିଅର ଫୋନକୁ ଡାଏଲ କରିଥିଲେ କିନ୍ତୁ ତାହା ସୁଇଚ୍ ଅଫ୍ ଥିଲା । ସେମାନେ ଭାନାଭାଡି ପୁଲିସ ଷ୍ଟେସନରେ ପହଞ୍ଚି ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଅନୁସନ୍ଧାନ ଆରମ୍ଭ ହୋଇଥିଲା ଏବଂ ରେଳ ଷ୍ଟେସନ ବାହାରେ ସ୍ଥାପିତ ସିସିଟିଭି ଫୁଟେଜର କିଛି ଘଣ୍ଟା ଚେଷ୍ଟା ଏବଂ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଝିଟିକୁ ଅପହରଣ ଏଠାରୁ ଘଟିଛି । ନମ୍ରତା ପାଟିଲ କହିଛନ୍ତି ଯେ ପ୍ରଥମେ ଝଅଟି ଏକ ଅଟୋରିକ୍ସରେ ବସିଥିବାର ଦେଖାଯାଇଥିଲା
ପରିବାର ଲୋକ କହିଛନ୍ତି ଯେ, ଝିଅ ଏବେ ପାଖରେ ପୁରୁଷଙ୍କୁ ଦେଖିଲେ ଭୟ କରୁଛି । ସେ ବଡ ହୋଇ ଜଣେ ବଡ ଅଧିକାରୀ ହେବାକୁ ସ୍ୱପ୍ନ ଦେଖିଥିଲା । କିନ୍ତୁ ତାହାର ସ୍ୱପ୍ନ ସବୁ ଚୁରମାର ହୋଇଗଲା ବୋଲି ପୀଡିତାଙ୍କ ବାପା କହିଛନ୍ତି ।

Comments (0)
Add Comment