ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ: ବୁଧବାର ସକାଳେ ପ୍ରୟାଗରାଜର କେପି କଲେଜ ପଡ଼ିଆ ପଛରେ ଥିବା ଏକ ପୋଖରୀରେ ଦୁଇ ଆସନ ବିଶିଷ୍ଟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଲିମ ସମୟରେ ଏହି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ ଥିବା ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି। ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Comments (0)
Add Comment