କାବୁଲ : ଆଫଗାନିସ୍ତାନକୁ ତାଲିବାନ କାବୁ କରିବା ପରେ ବହୁ ମିଠା ମିଠା କହିଥିଲା । ଏପରିକି ପୂର୍ବଭଳି ନିୟମ କଡାକଡି କରିବ ନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲା । କିନ୍ତୁ ଆଜି ଯାହା ଦେଖିବାକୁ ମିଳୁଛୁ ସେଥିରୁ ଅନୁମାନ କରାଯାଇପାରେ ଯେ, ତାଲିବାନର କ୍ରୁରତା ରୂପ ଆଜି ବି ରହିଛି । ତିନି ଦିନ ପୂର୍ବେ କାବୁଲକୁ କାବୁ କରିବା ପରେ ତାଲିବାନ କହିଥିଲା ଯେ ଯେଉଁମାନେ ଆଫଗାନିସ୍ତାନ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଟକା ଯିବନାହିଁ, କିନ୍ତୁ ବର୍ତ୍ତମାନ ତାଲିବାନ କାବୁଲ ବିମାନବନ୍ଦରକୁ ଘେରି ରହି ଲୋକଙ୍କୁ ବିମାନବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଉନି । କେବଳ ବିଦେଶୀମାନଙ୍କୁ ଯିବାକୁ ଅନୁମତି ଦିଆଯାଉଛି ।
ଗତ ଦୁଇ ଦିନ ମଧ୍ୟରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନବନ୍ଦରରେ ପହଞ୍ଚିଥିବା ଆଫଗାନିସ୍ତାନ ଉପରେ ଗୁଳି ଚଳାଇବା, ଚାପୁଡ଼ା ମାରିବା ଏବଂ ଅସ୍ତ୍ର ବ୍ୟବହାର କରୁଥିବା ଦେଖାଯାଇଛି ।