ଚଣ୍ଡିଗଡ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଏଏପି) ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ଆପ ପଞ୍ଜାବ ବିଧାନସଭା ନିର୍ବାଚନ-୨୦୨୨ରେ ଜିତେ ତେବେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ । ଏହା ସହିତ ସେ ୨୪ ଘଣ୍ଟା ବିଦ୍ୟୁତ୍ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଏବଂ ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ରାଜ୍ୟରେ ଧୀରେ ଧୀରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି । ଆମ୍ ଆଦମୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ରାଜ୍ୟରେ ଶାସକ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି ।