ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ସାଂସଦମାନଙ୍କୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।
ସେହିପରି ଆସନ୍ତା ଆର୍ଥିକ ବର୍ଷ ଠାରୁ ଅର୍ଥାତ ୨୦୨୨-୨୩ରୁ ପୂର୍ବଭଳି ୫ କୋଟି ଟଙ୍କା ସାଂସଦ ପାଣ୍ଠିକୁ ଦିଆଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । କରୋନା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ସାଂସଦ ପାଣ୍ଠି ଠପ ହୋଇଯାଇଥିଲା । ଯେଉଁ ସାଂସଦମାନଙ୍କର ପାଣ୍ଠିରେ ଅର୍ଥ ଥିଲା ସେସବୁ କୋଭିଡ଼ ପରିଚାଳନା ନିମନ୍ତେ ବ୍ୟୟ କରାଯାଇଥିଲା ।