ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଥାନାରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଛନ୍ତି ‌‌ବୋଲି ପୁଲିସସୂତ୍ରରୁ ପ୍ରକାଶ। ମଙ୍ଗଳବାର ରାତିରେ ଗମ୍ଭୀର ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ ଗଣମାଧ୍ୟମକୁ କହିଛନ୍ତି, ଇ-ମେଲ୍‌ ଜରିଆରେ ‘‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

Comments (0)
Add Comment