୬୩ ଭାଇଭଉଣୀଙ୍କ ସନ୍ଧାନରେ ୨୩ ବର୍ଷିୟ ଯୁବତୀ

୨୦୧୨ ମସିହାରେ ପରଦାକୁ ଏକ ଚଳଚ୍ଚିତ୍ର ଆସିଥିଲା “ବିକି ଡୋନର’ । ଶୁକ୍ରାଣୁ ଦାନ ପରି ଏକ ଭିନ୍ନ ପ୍ରସଙ୍ଗରେ ଏହି ଚଳଚ୍ଚ଼ିତ୍ର ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଆମେରିକାର ଫ୍ଲୋରିଡାଠାରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି । ଫ୍ଲୋରିଡ଼ାରେ ରହୁଥିବା ଜଣେ ୨୩ ବର୍ଷର ଝିଅ ଶୁକ୍ରାଣୁ ଦାନ କୌଶଳ ସହିତ ଜନ୍ମ ହୋଇଥିଲେ । କିୟାନି ଆରୋୟୋ ବଡ ହେବା ପରେ ତାଙ୍କ ପିତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଦାତାଙ୍କର ପ୍ରୋଫାଇଲ୍‌ ଗୁପ୍ତ ରଖାଯାଉଥିବାରୁ ଏହା ସହଜ ନଥିଲା । ପରେ କିୟାନି ଜାଣିବାକୁ ପାଇଲେ ଯେ ତାଙ୍କର ୬୩ ଭାଇଭଉଣୀ ଅଛନ୍ତି । ବର୍ତ୍ତମାନ କିୟାନି ସମସ୍ତଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ।
ବହୁ ପରିଶ୍ରମ ପରେ କିୟାନି ତାଙ୍କର ୬୦ ଭାଇଭଉଣୀଙ୍କୁ ଠିକଣା ପାଇଛନ୍ତି । କିୟାନି ଏମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଭେଟିଛନ୍ତି । କିୟାନୀଙ୍କ ଭାଇମାନେ ମଧ୍ୟ କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ରୁହନ୍ତି । ଏହା ବ୍ୟତୀତ ୧୨ ଭାଇଭଉଣୀ ଫ୍ଲୋରିଡାରେ ରୁହନ୍ତି, ଯାହାଙ୍କ ସହ କିୟାନିଙ୍କ ବାରମ୍ବାର ଦେଖା ସାକ୍ଷାତ ହୁଏ ।


କିୟାନି ଏକ ସମଲିଙ୍ଗ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେଥିପାଇଁ କିୟାନୀଙ୍କର ଜଣେ ନୁହେଁ ବରଂ ଦୁଇଜଣ ମାତା ଥିଲେ । କିନ୍ତୁ କିୟାନୀଙ୍କୁ ତାଙ୍କ ପିତାଙ୍କ ବିଷୟରେ କୌଣସି ଧାରଣା ନଥିଲା । ଦାତା ପିତାଙ୍କ ପ୍ରୋଫାଇଲକୁ ଗୁପ୍ତ ରଖାଯାଇଥିଲା, ତେଣୁ କିୟାନି ବହୁ ପରିଶ୍ରମ ପରେ ମଧ୍ୟ ପିତାଙ୍କୁ ପାଇପାରିନଥିଲେ । କିଛି ଦିନ ପରେ ଡୋନର କମ୍ପାନୀର ଏକ ପ୍ରମୋସନାଲ ଭିଡିଓ ସୁଟ୍‌ ପାଇଁ ତାଙ୍କ ପିତା ତାଙ୍କର ପ୍ରୋଫାଇଲ୍‌ ସାର୍ବଜନୀନ କରିଥିଲେ, ଯାହା ପରେ କିୟାନି ତାଙ୍କ ପିତାଙ୍କ ବିଷୟରେ ଜାଣିଥିଲେ । କିୟାନି ତାଙ୍କର କିଛି ଭାଇଭଉଣୀଙ୍କ ବିଷୟରେ ବହୁ ପୂର୍ବରୁ ଜାଣିଥିଲେ, କିନ୍ତୁ କିୟାନି ତାଙ୍କ ପିତାଙ୍କୁ ଭେଟିବା ପାଇଁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।
ପିତାଙ୍କୁ ଭେଟିବା ପରେ କିୟାନି ବର୍ତ୍ତମାନ ତାଙ୍କ ପିତାଙ୍କୁ ପ୍ରତିବର୍ଷ ଥରେ ଭେଟନ୍ତି । କିୟାନି କହିଛନ୍ତି, ଏହା ମୋ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରେ । ତାଙ୍କ ସହିତ ଜଡିତ ହେବା ଅତ୍ୟନ୍ତ ଭଲ, ପିତା ଭାବରେ ନୁହେଁ ବରଂ ବନ୍ଧୁ ଭାବରେ ।

Comments (0)
Add Comment