ନୂଆଦିଲ୍ଲୀ : ସମସ୍ତ ପ୍ରକାର ସତର୍କତା ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଏବେ ହଜାର ହଜାର ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରୋଗୀ ସଂଖ୍ୟା ୭୦ ହଜାର ୭୫୬ରେ ପହଞ୍ଚିଛି । ସେହିପରି, ମୃତ୍ୟୁସଂଖ୍ୟା ୨୨୯୩କୁ ବୃଦ୍ଧି ପାଇଥିବା ବେଳେ ଗୋଟିଏ ଦିନରେ ୮୭ ଜଣଙ୍କର ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୨ହଜାର ୪୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ର ସ୍ଥିତି ଆହୁରି ଭୟଙ୍କର ହୋଇଛି । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଟପିଗଲାଣି । ପ୍ରତିଦିନ ଶହେରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି, ମୃତ୍ୟୁସଂଖ୍ୟା ୮୬୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା ୮୫୪୧ରେ ପହଞ୍ଚିଛି । ସେଠାରେ ୫୧୩ଜଣ ପ୍ରାଣ ହରାଇ ସାରିଲେଣି । ଆନ୍ଧ୍ରପ୍ରଦେଶରେ ୪୫, ଆସାମରେ ୨, ବିହାରରେ ୬, ଦିଲ୍ଲୀରେ ୭୩, ହରିୟାଣାରେ ୧୧, ଜମ୍ମୁ-କାଶ୍ମୀରରେ ୧୦, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୨୨୧, ପଞ୍ଜାବରେ ୩୧, ରାଜସ୍ଥାନରେ ୧୧୩, ଉତ୍ତରପ୍ରଦେଶରେ ୮୦ ଓ ପଶ୍ଚିମବଙ୍ଗରେ ୧୯୦ଜଣ ପ୍ରାଣ ହରାଇ ସାରିଲେଣି । ସେହିପରି, ଏହି ରାଜ୍ୟଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ବିହାରରେ ଏହି ସଂଖ୍ୟା ୭୪୭ ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୨୦୧୮, ଆସାମରେ ୬୫, ଚଣ୍ଡୀଗଡ଼ରେ ୧୭୪, ଛତିଶଗଡ଼ରେ ୫୯, ଦିଲ୍ଲୀରେ ୭୨୩୩, ହିମାଚଳପ୍ରଦେଶ ୫୯, ଜମ୍ମୁ-କାଶ୍ମୀରରେ ୮୭୯, ଝାଡ଼ଖଣ୍ଡରେ ୧୬୦, କର୍ଣ୍ଣାଟକରେ ୮୬୨, ଲଦାଖରେ ୪୨, ତେଲେଙ୍ଗାନାରେ ୧୨୭୫, ତାମିଲନାଡୁରେ ୮୦୦୨, ପଶ୍ଚିମବଙ୍ଗ ୨୦୬୩ ଓ ଉତ୍ତରପ୍ରଦେଶରେ ୨୫୭୩ ରହିଛି ।