କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୦ ମୃତ

ବାଗଦାଦ : ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ତେବେ ଏଥିରେ ୫୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଦକ୍ଷିଣ ବାଗଦାଦର ଅଲ ହୁସେନ୍ ଶିକ୍ଷାଦାନ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି । ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ପ୍ରବଳ ପୋଡାଜଳା ହେତୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି । ହସ୍ପିଟାଲରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି ।

Comments (0)
Add Comment