୩ ରାଜଧାନୀ ବିଲ୍‌ ପ୍ରତ୍ୟାହାର କଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ସରକାର ବିବାଦୀୟ ୩ ରାଜଧାନୀ ବିଲ୍‌କୁ ଆଜି ପ୍ରତ୍ୟାହାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପ୍ଲେକ୍ସରେ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ ବିଲ୍‌କୁ ପ୍ରତ୍ୟାହାର ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି। ବିଧାନସଭାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏ ସମ୍ପର୍କରେ ଅବଗତ କରାଇଛନ୍ତି।ଏଥିସହ ଏହି ନିଷ୍ପତ୍ତିକୁ ଆଡଭୋକେଟ ଜେନେରାଲଙ୍କ ଜରିଆରେ ହାଇକୋର୍ଟଙ୍କୁ ଅବଗତ ମଧ୍ୟ କରାଯାଇଛି। ହାଇକୋର୍ଟ ୩ ରାଜଧାନୀ ବିଲ୍‌ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି। ହାଇକୋର୍ଟ କୌଣସି ରାୟ ଦେବା ପୂର୍ବରୁ ହିଁ ଆନ୍ଧ୍ର ସରକାର ବିଲ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି।

Comments (0)
Add Comment