ଉଗାଣ୍ଡାରେ ଭୟଙ୍କର ବିସ୍ଫୋରଣ, ହୋଟେଲରେ ଥିଲେ ଓଡ଼ିଆ ଖେଳାଳି ପ୍ରମୋଦ

କାମ୍ପାଲା: ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ  । ରାଜଧାନୀ କାମ୍ପାଲାରେ ଏକ ନିର୍ଦ୍ଧିଷ୍ଟ ସଂଗଠନ ଏହି ବିସ୍ଫୋରଣ ଘଟାଇଥିବା ସୂଚନା  । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ ଓଡ଼ିଆ ଖେଳାଳି  । ଏଥି ମଧ୍ୟରେ ରହିଥିଲେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ  ।

ଏହି ବିସ୍ଫୋରଣ ପଛରେ ଉଗ୍ରବାଦୀ ସଂଗଠନ ଏଡ଼ିଏଫର ହାତ ରହିଥିବା ସନ୍ଦେହ କରାଯାଉଛି  । ଏହି ଘଟଣାରେ ତିନି ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିବାବେଲେ ୨୦ରୁ ଅଧିକ ଲୋକ ବର୍ତ୍ତମାନ ଗୁରୁତ୍ତର ଆହାତ ହୋଇଛନ୍ତି  । ଉଗାଣ୍ଡା ପୋଲିସ ପ୍ରସାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି  ।

ଦୁଇ ଜଣ ଯୁବକ ବାଇକରେ ଆସି ବିସ୍ଫୋରଣ ଘଟାଇଛନ୍ତି  । ଯଦ୍ୱାରା ବହୁତ କ୍ଷୟକ୍ଷତି ଘଟିଛି  । ଘଟଣାସ୍ଥଳରେ ହିଁ ୩ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି  । କିନ୍ତୁ ସେଠାରେ ଥିବା ସମସ୍ତ ଓଡ଼ିଆ ଖେଳାଳି ସୁସ୍ଥ ଅଛନ୍ତି  । କାହାରି କୌଣସି କ୍ଷତି ଘଟିନାହିଁ  ।

Comments (0)
Add Comment