ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ ଏହା କେତେବେଳେ ଏବଂ କେଉଁଠାରେ ଦେଖାଯିବ

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍‌ ୧୦ରେ ଘଟିବାକୁ ଯାଉଛି । ତେବେ ଏହା କେବଳ ଅରୁଣାଚଳ ପ୍ରଦେଶ ଏବଂ ଭାରତର ଲଦାଖରେ ଦୃଶ୍ୟମାନ ହେବ । ଏହା ଭାରତୀୟ ସମୟ ଅପରାହ୍ନ ୧.୪୨ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୪୧ ରେ ଶେଷ ହେବ । ବାର୍ଷିକ ସୂର୍ଯ୍ୟ ପରାଗ ବର୍ଷକୁ ଥରେ କିମ୍ବା ତା’ଠାରୁ ଅଧିକ ଥର ଦେଖିବାକୁ ମିଳିଥାଏ । କିନ୍ତୁ ପ୍ରତ୍ୟେକ ଥର ଏହା ବୈଜ୍ଞାନିକ ତଥା ଜ୍ୟୋତିର୍ବିଜ୍ଞାନଙ୍କ ପାଇଁ ଏକ ଚମତ୍କାର ଦୃଶ୍ୟଠାରୁ କମ୍‌ ନୁହେଁ ।
ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସିଧା ଲାଇନରେ ଆସିବା ପରେ ଏହି ଘଟଣା ଘଟେ । ଏଭଳି ପରିସ୍ଥିତିରେ ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକକୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ । ଏହି ପରିସ୍ଥିତିରେ ସୂର୍ଯ୍ୟ ପରାଗ ହୁଏ । ଯେତେବେଳେ ସୂର୍ଯ୍ୟର ଆଲୋକ ଧୀରେ ଧୀରେ ଚନ୍ଦ୍ର ପଛରୁ ବାହାରି ଆସେ, ଏକ ସମୟରେ ଏହାର ଆଲୋକ ହୀରା ମୁଦି ପରି ଦେଖାଯାଏ, ଯାହାକୁ ରିଙ୍ଗ ଅଫ୍‌ ଫାୟାର ମଧ୍ୟ କୁହାଯାଏ ।
ଏହା ଅରୁଣାଚଳ ପ୍ରଦେଶର ଦିବ୍ୟାଙ୍ଗ ୱାଇଲ୍ଡ ଲାଇଫ ଅଭୟାରଣ୍ୟ ନିକଟରେ ପ୍ରାୟ ୫:୫୨ ସମୟରେ ଦେଖାଯିବ । ଏଥିସହିତ ଏହା ଲଦାଖର ଉତ୍ତର ଭାଗରେ ରାତି ପ୍ରାୟ ୬ ଟାରେ ଦୃଶ୍ୟମାନ ହେବ । ଭାରତ ବ୍ୟତୀତ ଏହି ପରାଗ ଉତ୍ତର ଆମେରିକା, ଉତ୍ତର କାନାଡା, ୟୁରୋପ ଏବଂ ଏସିଆ, ଗ୍ରୀନଲ୍ୟାଣ୍ଡରେ ବଡ ଆକାରରେ ଦେଖାଯିବ ବୋଲି ଜଣାପଡିଛି ।

Comments (0)
Add Comment