ସୀମାକୁ ଅଧିକ ସୈନ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ସୀମାରେ ଦେଖାଦେଇଥିବା ଉତ୍ତେଜନା ଦୂର କରିବା ଲାଗି ଚୀନ୍ ଓ ଭାରତ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଯାଇଛି । ତେବେ ଏହିସବୁ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ । ଚୀନ୍ ସୈନ୍ୟମାନଙ୍କ ଉତ୍ପାତ୍ତ ଜାରି ରହିଥିବାରୁ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଏହି କାରଣରୁ ଏବେ ଭାରତ ସୀମାକୁ ଅଧିକ ସୈନ୍ୟ ପଠାଇଥିବା ଜଣାପଡ଼ିଛି । ଚୀନ୍‌କୁ ସୀମାରେହିଁ ଜବାବ ଦିଆଯିବ ବୋଲି ଭାରତ ନିଷ୍ପତ୍ତି ନେଇଛି । ଏଥିପାଇଁ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଚୀନ୍ ତା\’ର ସୀମାରେ ଅଧିକରୁ ଅଧିକ ସୈନ୍ୟଙ୍କୁ ଠୁଳ କରୁଥିବାରୁ ଉତ୍ତେଜନା ବଢ଼ୁଛି । ଏହାକୁ ଆଖି ଆଗରେ ରଖି ଭାରତ ମଧ୍ୟ ତା\’ର ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଉଛି । ଲଦାଖ୍ ଓ ଉତ୍ତର ସିକିମ୍ ସୀମାକୁ ଭାରତ ସବୁଠୁ ଅଧିକ ସୈନ୍ୟ ପଠାଇଛି । ସେମାନଙ୍କୁ ୨୪ ଘଣ୍ଟା ଆଲର୍ଟ ରହିବାକୁ କୁହାଯାଇଛି । ଯେତେବେଳେ ବି ସୀମା ଆରପଟୁ କୌଣସି ବିପଦ ଆସିବ, ତା\’ର କଡ଼ା ଜବାବ ଦେବା ଲାଗି ସେମାନଙ୍କୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଚୀନ୍ ପାଞ୍ଚ ହଜାରରୁ ଅଧିକ ସୈନ୍ୟ ଠୁଳ କରିଥିବା ବେଳେ ଲଦାଖ୍‌ରେ ଏକ ଏୟାରବେସ୍ ନିର୍ମାଣ କରିଛି । ସେହିପରି, ମଝିରେ ମଝିରେ ଚୀନ୍ ସୀମାରେ ଯୁଦ୍ଧ ବିମାନ ଓ ହେଲିକପ୍ଟର ମଧ୍ୟ ଉଡାଉଛି । ଯାହା ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରୁଛି ।

Comments (0)
Add Comment