ସିଏମ୍‌ ପଦରୁ ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବାଙ୍ଗାଲୋର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ୟୁରପ୍ପା ସୋମବାର ସିଏମ୍‌ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଛି । କିଛି ସମୟ ପୂର୍ବରୁ ସେ ଇସ୍ତଫା ଦେବା ବିଷୟରେ ଘୋଷଣା କରିବାବେଳେ କାନ୍ଦି ପକାଇଥିଲେ । ସେ କହିଥିଲେ ଯେ ମୁଁ ସବୁବେଳେ ଅଗ୍ନି ପରୀକ୍ଷା ଦେଇ ଗତିକରୁଛି ।

Comments (0)
Add Comment