ଭାରତରେ ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଭାରତର ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଚିନ୍ତାର କାରଣ ହୋଇଛି । ପ୍ରଭାବିତ ଦେଶ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି । ୱାଲ୍ଡୋମିଟର ତଥ୍ୟରୁ ଏହା ଜଣାପଡ଼ିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଚିଛି । ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୩୭ହଜାର ୧୯୪ । ବର୍ତ୍ତମାନ ସୁଦ୍ଧା ୮ ହଜାର ୪୯୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏବେ ଭାରତ ସ୍ପେନ୍‌କୁ ଟପି ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି । ଆମେରିକା ବର୍ତ୍ତମାନ ବି ପ୍ରଥମ ସ୍ଥାନରେ ରହିଛି । ସେଠାରେ ୨୦ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଲେଣି । ବ୍ରାଜିଲ୍‌ରେ ୮ ଲକ୍ଷ, ଋଷ୍‌ରେ ୫ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି । କେନ୍ଦ୍ର ସରକାର ଅନ୍‌ଲକ୍‌-୧ ଘୋଷଣା କରିବା ପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ପଞ୍ଜାବରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଅବରିନ୍ଦ୍ରର ସିଂ ଅଧିକ କଟକଣା ଜାରି କରିଛନ୍ତି । କେବଳ ଇ-ପାସ୍‌ଧାରୀମାନଙ୍କୁ ଯାତାୟତ ପାଇଁ ଅନୁମତି ପ୍ରଦାନ କରାଯିବ । ଡାକ୍ତର କର୍ମଚାରୀ ଓ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନଙ୍କ ପାଇଁ ଇ-ପାସ୍ ଡାଉନଲୋଡ୍ କରାଯିବ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କେତେକ ରାଜ୍ୟରେ କଟକଣା କୋହଳ ଯୋଗୁଁ ସଂକ୍ରମଣ ସ୍ଥିତି ଗୁରୁତର ହେଉଥିବା ଲକ୍ଷ୍ୟ କରାଯାଉଛି । ତାହାକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁମାନେ ଲକ୍‌ଡାଉନ୍ ନିୟମ ମାନୁନାହାନ୍ତି, କିମ୍ବା ଅଭ୍ୟାସଗତ ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା କେତେକ ନିର୍ଦ୍ଦିଷ୍ଟ ଦେଶ ତୁଳନାରେ ଅଧିକା ରହିଛି । ଏପରିକି ଭାରତ ସଂକ୍ରମଣ କ୍ଷେତ୍ରରେ ଚୀନ୍‌କୁ ମଧ୍ୟ ଟପିଯାଇଛି ।

Comments (0)
Add Comment