ମଦୁଆ ବରକୁ ବାହା ହେବାକୁ ମନାକଲେ କନ୍ୟା

ୟୁପିର ପ୍ରତାପଗଡ ଜିଲ୍ଲାର ଏକ ଗାଁରେ ଜଣେ ୨୨ ବର୍ଷିୟା କନ୍ୟା ମଦ ପିଇ ବିବାହ କରିବାକୁ ଆସିଥିବା ବରକୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ଅଂଚଳରେ ଖୁବ୍‌ ଚର୍ଚ୍ଚା ହେଉଛି । ବିବାହ ଗତ ଶନିବାର ରାତି ଟିକରୀ ହେବାର ଥିଲା କିନ୍ତୁ କନ୍ୟା ସାଙ୍ଗମାନଙ୍କ ସହ ଥିବା ନିଶାଗ୍ରସ୍ତ ବରକୁ ଦେଖି ବିବାହ କରିବାକୁ ମନା କରିଦେଇଥିଲେ । ବିବାହ ପୂର୍ବରୁ ବର ମଦୁଆ ସାଙ୍ଗମାନଙ୍କ ନାଚିଥିଲା, ଏହାକୁ ଦେଖି କନ୍ୟା ଭୀଷଣ ଭାବରେ ରାଗିଯାଇ ବିବାହ କରିବାକୁ ସଫାସଫା ମନା କରିଦେଇଥିଲା । ଏଥିରେ କନ୍ୟା ପରିବାର ଲୋକମାନେ ସହମତି ପ୍ରକାଶ କରି ବର ଓ ମଦୁଆ ସାଙ୍ଗମାନଙ୍କୁ ଅଟକ ରଖଥିଲେ । ପରେ ଏହି ମାମଲା ପୁଲିସ ନିକଟକୁ ଯାଇଥିଲା । କିନ୍ତୁ କନ୍ୟା ଜଣକ ତାଙ୍କ ନିଷ୍ପତ୍ତିରୁ ଅଟଳ ରହିବାରୁ ବର ବାଧ୍ୟ ହୋଇ ଶିଶୁପାଳ ହୋଇ ଘରକୁ ଫେରିଥିଲେ । ବର ଓ ତାଙ୍କ ସାଙ୍ଗମାନେ ମଦ ପିଇ ଯେଉଁଭଳି ଭାବେ ବ୍ୟବହାର କଲେ ଆମ ପାଖରେ ବାହାଘର ବନ୍ଦ କରିବା ଛଡା ଅନ୍ୟ କୌଣସି ଉପାୟ ନଥିଲା ବୋଲି କନ୍ୟାର ପରିବାର ପକ୍ଷରୁ କୁହାଯାଇଛି ।

Comments (0)
Add Comment