ନୂଆଦିଲ୍ଲୀ : ଦେଶରେ ଗୋଟିଏ ପଟେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଅଣ ସବ୍ସିଡି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ାଇ ଦିଆଯାଇଛି । ଏହା ଅନୁସାରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ହ୍ରାସ ପାଇଥିବା ବେଳେ ୧୪.୦୨ କେଜି ବିଶିଷ୍ଟ ବିନା ସବ୍ସିଡି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି ।
ଆଇଓସିଏଲ୍ ୱେବସାଇଟ୍ ଅନୁସାରେ, ଦିଲ୍ଲୀରେ ୧୪.୦୨ କିଲୋଗ୍ରାମ ବିଶିଷ୍ଟ ନନ୍ସବ୍ସିଡି ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ଏକ ଟଙ୍କା ମହଙ୍ଗା ହୋଇଛି । କୋଲକାତାରେ ୪ଟଙ୍କା ମହଙ୍ଗା, ମୁମ୍ବାଇରେ ୩.୫୦ଟଙ୍କା ମହଙ୍ଗା , ଚେନ୍ନାଇରେ ୪ଟଙ୍କା ମହଙ୍ଗା ହୋଇଛି । ସମସ୍ତ ଦାମ୍ ବୃଦ୍ଧି ପରେ ଏବେ ଦିଲ୍ଲୀ ଏହାର ଦାମ୍ ୫୯୪ଟଙ୍କା ରହିଥିବା ଯାହାପୂର୍ବରୁ ୫୯୩ ଥିଲା । କୋଲକାତାରେ ଏହାର ଦାମ୍ ୬୧୬ ଟଙ୍କାରୁ ବୃଦ୍ଧି ପାଇଁ ୬୨୦.୫୦ଟଙ୍କା ହୋଇଯାଇଛି । ମୁମ୍ବାଇରେ ୫୯୦.୫୦ଟଙ୍କାରୁ ବୃଦ୍ଧି ପାଇ ୫୯୪ଟଙ୍କା ହୋଇଯାଇଛି । ସେହିପରି ଚେନ୍ନାଇରେ ପୂର୍ବରୁ ୬୦୬.୫୦ଟଙ୍କା ରହିଥିଲା , କିନ୍ତୁ ଏବେର ଟଙ୍କା ବୃଦ୍ଧି ଯୋଗୁଁ ଏବେ ଏହା ୬୧୦.୫୦ଟଙ୍କା ହୋଇଯାଇଛି ।
୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମ୍ ଲୋକଙ୍କ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ୧୯କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରରେ ୪ଟଙ୍କା ଶସ୍ତା ହୋଇଛି । ଏହା ପରେ ଦିଲ୍ଲୀବାସୀଙ୍କୁ ୧୧୩୯.୫୦ଟଙ୍କାରୁ ୧୧୩୫.୫୦ ଦେବାକୁ ପଡିବ । କୋଲକାତାରେ ଏହାର ଦାମ୍ ୧୧୯୭.୫୦ଟଙ୍କା, ମୁମ୍ବାଇରେ ୧୦୬୦.୫୦ଟଙ୍କା, ଚେନ୍ନାଇରେ ୧୨୫୫ଟଙ୍କା ହୋଇଯାଇଛି ।