ଜୁଲାଇ ୧ରୁ ସିବିଏସ୍‌ଇ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ଏଥିପାଇଁ କାର୍ଯ୍ୟସୂଚୀ ସୋମବାର ଜାରି କରାଯାଇଛି । ତା’ସହିତ ପରୀକ୍ଷା ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଓ ଲକ୍‌ଡାଉନ୍ ପାଇଁ ବାକି ରହିଯାଇଥିବା ଶ୍ରେଣୀଗୁଡ଼ିକର ପରୀକ୍ଷା ହେବ । ସର୍ବଭାରତୀୟ ସ୍ତରରେ ଜୁଲାଇ ୧ରୁ ହୋମ୍ ସାଇନ୍ସ ପରୀକ୍ଷା ଅରମ୍ଭ ହେବ । ଜୁଲାଇ ୨ରେ ହିନ୍ଦୀ ଇଲେକ୍ଟିଭ୍ ଓ ହିନ୍ଦୀ କୋର୍ ବିଷୟର ପରୀକ୍ଷା କରାଯିବ । ଜୁଲାଇ ୩ରେ କେବଳ ଉତ୍ତର-ପୂର୍ବ ଦିଲ୍ଲୀର ପିଲାମାନେ ପଦାର୍ଥ ବିଜ୍ଞାନ, ୪ରେ ଆକାଉଣ୍ଟାନ୍ସ ଓ ୬ରେ ରସାୟନ ପରୀକ୍ଷା ଦେବେ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୱାଲ ନିଶାଙ୍କ ଟ୍ୱିଟ୍‌ର ଜରିଆରେ ଏହି ସୂଚନା ଦେଇଛନ୍ତି । ଜୁଲାଇ ୭ରେ ସର୍ବଭାରତୀୟ ସ୍ତରରେ କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ପ୍ରାକ୍ଟିସ୍ (ନ୍ୟୁ), ଇନଫରମେସନ (ଓଲ୍ଡ) ଓ ଇନଫରମେସନ (ଟେକନିକ୍‌) ପରୀକ୍ଷା ହେବ । ସେହିପରି ୮ରେ ଉତ୍ତର-ପୂର୍ବ ଦିଲ୍ଳୀରେ କେବଳ ଇଂରାଜୀ ପରୀକ୍ଷା ହେବ । ୯ ତାରିଖରେ ସର୍ବଭାରତୀୟ ସ୍ତରରେ ଦ୍ୱାଦଶ ଶ୍ରେଣୀର ବିଜିନେସ୍ ଷ୍ଟଡି, ୧୦ରେ ବାୟୋଟେକ୍ନୋଲୋଜି, ୧୧ରେ ଭୂଗୋଳ ଓ ୧୩ରେ ସୋସିଓଲୋଜି ପରୀକ୍ଷା ହେବ ବୋଲି ସେ କହିଥିଲେ ।

Comments (0)
Add Comment