ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଏବେ ସାରାବିଶ୍ୱକୁ ନୟାନ୍ତ କରିସାରିଲାଣି । କିନ୍ତୁ ଏହି ସଂକଟ ସମୟରେ ମଧ୍ୟ କେତେକ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦିନରାତି ନିସ୍ୱାର୍ଥ ଭାବେ କାମ କରିଚାଲିଛନ୍ତି । ଏମାନଙ୍କ ସରକାର କୋଭିଡ ଯୋଦ୍ଧାର ମାନ୍ୟତା ଦେଇଛନ୍ତି । ଏମାନଙ୍କ ସହ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ବାଳକ । ଖେଳିବା କୁଦିବା ସମୟରେ ଏହି ବାଳକ ଯାହା କରିଛି ତାହାକୁ ତାରିଫ ନକଲେ ନଚଳେ । ଏହି ବାଳକର ନାମ ଅନିଶ୍ୱର କଂଚଳା, ଯିଏ ୩୨୦୦ କି.ମି. ସାଇକଲେ ଚଳାଇ କରୋନା ପୀଡିତାଙ୍କୁ ସାହାଯ୍ୟ କରିଛି । ଅନିଶ୍ୱର ସାଇକେଲ ମାଧ୍ୟମରେ ୩.୭ ଲକ୍ଷ ଟଙ୍କାର ଫଣ୍ଡ ସଂଗ୍ରହ କରିଛି । ସେ ବ୍ରିଟେନର ୧୦୦ ବର୍ଷିୟ ବୃଦ୍ଧ ଥାଁମସ ମୁରେଙ୍କଠାରେ ପ୍ରେରିତ ହୋଇଛନ୍ତି । ସେ ନିଜର ବଗିଚାରେ ୧୦୦ ଚକ୍କର କାଟି ନ୍ୟାସନାଲ ହେଲ୍ଥ ସର୍ଭିସ ପାଇଁ ୩.୧୭ ଆରବ ଟଙ୍କା ସଂଗ୍ରହ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସାହାସୀ ବାଳକ ୨୭ ମେରେ ନିଜର ୬୦ ସାଙ୍ଗଙ୍କ ସହ ମିଶି ଲିଟିଲ ପେଡଲର୍ସ ଅନୀଶ ଆଣ୍ଡ ଡିଜ୍ ଫ୍ରେଣ୍ଡସ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ । ସାରା ବିଶ୍ୱରୁ ଏହି ଅଭିଯାନରୁ ଦାନ ଦେଇଥିଲେ । ତାଙ୍କୁ ଭରତ ସହ ଆମେରିକାର ବାସିନ୍ଦା ମଧ୍ୟ ସହଯୋଗର ହାତ ବଢାଇଥିଲେ । ଅନିଶ୍ୱର କହିଛନ୍ତି ଯେ, ସେ ଏବେ ମଧ୍ୟ ଆହୁରି ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଓ ଅଧିକ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଅନିଶ୍ୱରଙ୍କ ମାତାପିତା ଅନ୍ଧ୍ରପ୍ରଦେଶର ଚିନ୍ତୁରର ବାସିନ୍ଦା ଓ ଏବେ ଇଂଲଣ୍ଡରେ ରହୁଛନ୍ତି ।