ନୂଆଦିଲ୍ଲୀ : “ରାଷ୍ଟ୍ର ପତ୍ନୀ’ ଶବ୍ଦ କହିବା ପରେ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ସେ କେବଳ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବେ । କିନ୍ତୁ ଏହି କପଟୀମାନଙ୍କୁ ସେ କେବେବି କ୍ଷମା ମାଗିବେ ନାହିଁ । ଅଧୀର ରଂଜନ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ କମ୍ ହିନ୍ଦୀ ଜାଣିବା କାରଣରୁ ଏହି ଭୁଲ ହୋଇଯାଇଛି ।
ଗୁରୁବାର ଦିନ ମୌସୁମୀ ଅଧିବେଶନର ପ୍ରକ୍ରିୟା ଚାଲିଥିବାବେଳେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ “ରାଷ୍ଟ୍ର ପତ୍ନୀ’ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କ ବିବୃତ୍ତି ପରେ ଉଭୟ ଗୃହରେ ହୋହାଲ୍ଲା ହୋଇଥିଲା । ଶାସକ ଦଳର ସାଂସଦମାନେ ଆଧୀର ରଂଜନଙ୍କଠାରୁ କ୍ଷମା ମାଗିଥିଲେ । ବିଜେପି ସାଂସଦ ସ୍ମୃତି ଇରାନୀ ସୋନିଆ ଗାନ୍ଧୀଙ୍କ ନାମକୁ ମଧ୍ୟ ଟାଣିଥିଲେ ଏବଂ ତାଙ୍କଠାରୁ କ୍ଷମା ମାଗିଥିଲେ । ବହୁ ଉତ୍ତେଜନା ମଧ୍ୟରେ ଗୃହକୁ ମୁଲତବୀ ରଖିବାକୁ ପଡିଥିଲା ।
ସଂସଦରେ ଦେଇଥିବା ବିବୃତ୍ତିକୁ ନେଇ ଅଧୀର ରଂଜନ ନିଜ ଦୋଷ ସ୍ୱୀକାର କରିଛନ୍ତି ଏବଂ ସ୍ୱପ୍ନରେ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ ଭୁଲ ଶବ୍ଦ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି । ତେବେ ସେ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବେ ବୋଲି କହିଛନ୍ତି । ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ କପଟୀମାନଙ୍କ ପାଇଁ ସେ କ୍ଷମା ମାଗିବେ ନାହିଁ । ସେ କହିଛନ୍ତି ଯେ ହିନ୍ଦୀ ଭାଷା କମ୍ ଜାଣିଥିବାରୁ ସେ ଏପରି ଭୁଲ୍ କରିଛନ୍ତି ।