ଭୟରେ ଥରୁଛି ଆଫଗାନିସ୍ତାନ

କାବୁଲ: ତାଲିବାନ ଆଫଗାନିସ୍ତାନକୁ ନିଜ କବଜ୍ଜାରେ ନେଲା ପରେ ଆଫଗାନସ୍ତାନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସମୟ ଗଡିବା ସହ ବଢ଼ୁଛି ଆଫଗାନିସ୍ତାନର ଦୁର୍ଦ୍ଦଶା । ଭୟରେ ଥରୁଛି ପୂରା ଆଫଗାନିସ୍ତାନ । ଏହି ସବୁ ଭିତରେ ଯେଉଁ ସବୁ ଚିତ୍ର ଆସୁଛି ତାହା ଅତ୍ୟନ୍ତ ହୃଦୟ ବିଦାରକ । ଏଭିତରରେ ଆଉ ଏକ ଭିଡିଓ ଆସୁଛି ଯାହା ବେଶ୍ ହୃଦୟ ବିଦାରକ ଅଟେ । ଆମକୁ ରକ୍ଷା କର, ଆମକୁ ତାଲିବାନୀ ମାରିଦେବେ । ଏମିତି ଜଣେ ଆଫଗାନୀ ଯୁବତୀ ଆମେରିକା ସେନା ଆଗରେ ଗୁହାରୀ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତାଙ୍କ ସହ ଆହୁରି ଅନେକ ଆଫଗାନୀ ମହିଳା ଥିବା ଭିଡିଓରେ ନଜର ଆସୁଛି । ସେମାନେ ବିମାନ ବନ୍ଦର ଭିତରକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଏଥିରେ ସଫଳ ହୋଇ ପାରୁନାହାନ୍ତି ମହିଳାମାନେ ।

Comments (0)
Add Comment