ନୂଆଦିଲ୍ଳୀ,୨୨/୭ : ଆଜି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍ରେ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୋଇଛି । ‘ତାନାଜୀ-ଅନସଙ୍ଗ ହିରୋ’ ଫିଲ୍ମ ପାଇଁ ଅଜୟ ଦେବଗନ ଏବଂ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବା ବେଳେ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । ‘ସୁରାରାଇ ପୋତ୍ରୁ’ ଶ୍ରେଷ୍ଠ ଚଳଚିତ୍ର ବିବେଚିତ ହୋଇଛି । ମନୋଜ ମୁନ୍ଥାଶିରଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ବିବେଚନା କରାଯାଇଥିବା ବେଳେ ବିଶାଲ ଭରଦ୍ୱାଜଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚିତ୍ର ପୁରସ୍କାର ଲାଗି ମନୋନୀତ କରାଯାଇଛି । ଚଳିତ ଥର ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚିତ୍ର ବିଭାଗରେ କୌଣସି ଓଡିଆ ଚଳଚିତ୍ର ମନୋନୀତ ହୋଇନାହିଁ । ତେବେ ଚଳଚିତ୍ର ସମ୍ଭନ୍ଧିତ ଆଞ୍ଚଳିକ ଭାଷାର ପୁସ୍ତକ ଭାବେ ଓଡିଶାର ସିନେ-ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ‘କାଲି ପାଇଁ କାଲିର ସିନେମା’ ମନୋନୀତ ହୋଇଛି ।
ଶ୍ରେଷ୍ଠ ସହ-ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଚନ୍ଦ୍ରମଉଲୀ,ଶ୍ରେଷ୍ଠ ସହ-ଅଭିନେତା ବିଜୁ ମେନନ୍,ଶ୍ରେଷ୍ଠ ଅଭିନେତ୍ରୀ ଅପର୍ଣ୍ଣା ବାଲାମୁରଲୀ,ଶ୍ରେଷ୍ଠ ଅଭିନେତା ସୁରିୟା (ସୋରାରାଇ ପୋଟ୍ରୁ) ଏବଂ ଅଜୟ ଦେବଗନ୍ (ତାନହାଜୀ- ଅନସଙ୍ଗ ହିରୋ),ଶ୍ରେଷ୍ଠ ନିର୍ଦ୍ଦେଶନା ସଚିଦାନନ୍ଦନ୍ କେଆର୍(ଏକେ ଆୟାପ୍ପାନମ୍ କୋଶିୟମ୍),ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚିତ୍ର ବିଭାଗରେ ଶ୍ରେଷ୍ଠ ଟୁଲୁ ଚଳଚିତ୍ର ଜେଟିଜ୍,ଶ୍ରେଷ୍ଠ ହରିୟାଣୀ ଚଳଚିତ୍ର ଦାଦା ଲକ୍ଷ୍ମୀ , ଶ୍ରେଷ୍ଠ ତେଲୁଗୁ ଚଳଚିତ୍ର କଲର ଫଟୋ , ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍ , ଶ୍ରେଷ୍ଠ ଦିମାସା ଚଳଚିତ୍ର ସେମଖୋର , ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର: ତିଙ୍କାଲାଚା ନିଶ୍ଚୟମ,ଶ୍ରେଷ୍ଠ ମରାଠୀ ଚଳଚିତ୍ର ଗୋଶଟା ଏକତା ପାଏଥାନିଚି ,ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ଡୋଲୁ ,ଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର ତୁଲସୀଦାସ ଜୁନିଅର୍ , ଶ୍ରେଷ୍ଠ ବଙ୍ଗାଳୀ ଚଳଚିତ୍ର ଅଭିଯାତ୍ରୀକ ଓ ଶ୍ରେଷ୍ଠ ଆସାମୀ ଚଳଚିତ୍ର ବ୍ରିଜ୍ ମନୋନୀତ ହୋଇଛି ।