ଗାଈଙ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ ଏହି ରାଜ୍ୟ

ମଥୁରା: ସାଙ୍ଘାତିକ ରୋଗରେ ପୀଡ଼ିତ ଗାଈମାନଙ୍କ ପାଇଁ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ କରିବା ଲାଗି ଉତ୍ତର ପ୍ରଦେଶ ସରକାର ସମସ୍ତ ପ୍ରସ୍ତୁତି କରିଥିବା କଥା ରବିବାର ଦିନ ରାଜ୍ୟ ଦୁଗ୍ଧଜାତ ସାମଗ୍ରୀ ବିକାଶ, ପ୍ରାଣୀ ପାଳନ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ କହିଛନ୍ତି।ଦେଶରେ ସମ୍ଭବତଃ ପ୍ରଥମ କରି ହେଉଥିବା ଉପରୋକ୍ତ ଅଭିନବ ଯୋଜନା ପାଇଁ ୫୧୫ଟି ଆମ୍ବୁଲାନ୍ସ୍‌ ପ୍ରସ୍ତୁତ କରାଯାଇଥିବା କଥା ମନ୍ତ୍ରୀ କହିଛନ୍ତି।ମଥୁରାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ୧୧୨ ଜରୁରୀକାଳୀନ ନମ୍ବର ଭଳି ଉକ୍ତ ନୂତନ ସେବା ମଧ୍ୟ ସାଙ୍ଘାତିକ ଅସୁସ୍ଥ ଗାଈମାନଙ୍କର ତ୍ବରିତ ଚିକିତ୍ସା ନିମନ୍ତେ ପଥ ପ୍ରସ୍ତୁତି କରିବ। ସେବା ପାଇଁ ଅନୁରୋଧ କରିବାର ୧୫ ରୁ ୨୦ ମିନଟ୍ ମଧ୍ୟରେ ଜଣେ ପ୍ରାଣୀ ଚିକିତ୍ସକ ଏବଂ ଦୁଇଜଣ ସହକାରୀଙ୍କ ସମେତ ଆମ୍ବୁଲାନ୍ସ୍‌ ପହଞ୍ଚିଯିବ।

Comments (0)
Add Comment