ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ ତେଲେଙ୍ଗାନା ପିସିସି ମୁଖ୍ୟ ରେଭନ୍ତ ରେଡ୍ଡୀ ପୁଲିସ୍‌ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ହାଇଦ୍ରାବାଦ ସିଟିରେ ଥିବା ଜୁବଲି ହିଲ୍ସ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଶ୍ରୀ ଶର୍ମାଙ୍କ ନାଁରେ ଦଫା ୫୦୪ ଓ ୫୦୫(୨) ଅନୁସାରେ ମାମଲା କରାଯାଇଛି । ଏବେ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ।

Comments (0)
Add Comment