ବିଶାଖାପଟ୍ଟନମ ହେବ ଆନ୍ଧ୍ର ପ୍ରଦେଶର ରାଜଧାନୀ!

ବିଶାଖାପଟ୍ଟନମ, ୧୧/୨: ଆନ୍ଧ୍ର ପ୍ରଦେଶର ରାଜଧାନୀ ହେବ ବିଶାଖାପଟ୍ଟନମ । ଏ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଗୁଡି ପଡୱା ଅର୍ଥାତ ତେଲୁଗୁ ନୂତନ ବର୍ଷ ପରେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀରୁ ବିଶାଖାପଟ୍ଟନମ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତିନୋଟି ରାଜଧାନୀ ବଦଳରେ ରାଜ୍ୟର ଏକମାତ୍ର ରାଜଧାନୀ ଭାବେ ବିଶାଖାପଟ୍ଟନମ ସହରକୁ ଚୟନ କରିଛନ୍ତି । ଏହାକୁ ନେଇ ଜଗନ ତେଲୁଗୁ ଫିଲ୍ମ ଉଦ୍ୟୋଗର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରୁ ଏହି ସଙ୍କେତ ମିଳିଛି ଯେ, ନିକଟ ଭବିଷ୍ୟତରେ କୌଣସି ସମୟରେ ମୁଖ୍ୟମନ୍ତ୍ରୀ ଜଗନ ବିଶାଖାପାଟ୍ଟନମକୁ ଆନ୍ଧ୍ର ପ୍ରଦେଶର ରାଜଧାନୀ ଭାବେ ଘୋଷଣା କରିପାରନ୍ତି । ଏପ୍ରିଲ ୨ରେ ତେଲୁଗୁ ନବ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏହାର ଘୋଷଣା କରିବାକୁ ଯୋଜନା କରିଛନ୍ତି ।

Comments (0)
Add Comment