ଅମିତ ଶାହଙ୍କୁ ଭେଟିବେ କ୍ୟାପଟେନ୍‌ ଅମରିନ୍ଦର

ଚଣ୍ଡିଗଡ : କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ସନ୍ଧ୍ୟାରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନ ୩:୩୦ ରେ କ୍ୟାପଟେନ୍‌ ଦିଲ୍ଲୀ ଯିବେ । କୁହାଯାଉଛି ଯେ କ୍ୟାପଟେନ ଦିଲ୍ଲୀରେ ବିଜେପି ସଭାପତି ଜେପି ନାଡ୍ଡାଙ୍କୁ ମଧ୍ୟ ଭେଟିବେ ।
ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ ।ଏହା ପରେ କ୍ୟାପଟେନ ନବଜୋତ ସିଂ ସିଦ୍ଧୁଙ୍କୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହିଥିଲେ ।
ଚରଣଜିତ୍‌ ସିଂ ଚାନ୍ନି ନୂତନ ସିଏମ୍‌ ହେବା ପରେ ମଧ୍ୟ କ୍ୟାପଟେନ ଉଦ୍‌ବେଗ ପ୍ରକାଶ କରିଛନ୍ତି । କ୍ୟାପଟେନ କହିଛନ୍ତି ଯେ ପଞ୍ଜାବ ଏକ ସୀମା ରାଜ୍ୟ । ପାକିସ୍ତାନ କ୍ରମାଗତ ଭାବରେ ଏଠାରେ ଡ୍ରୋନରୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଉଛି । ଚରଣଜିତ୍‌ ଚାନ୍ନି ଜଣେ ଉତ୍ତମ ମନ୍ତ୍ରୀ ରହିଛନ୍ତି, କିନ୍ତୁ ଗୃହ ବିଭାଗରେ ତାଙ୍କର ଅଭିଜ୍ଞତା ନାହିଁ । ଏଭଳି ପରିସ୍ଥିତିରେ ସେ ପଞ୍ଜାବର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ।

Comments (0)
Add Comment