ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ସହ ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ତାଲିକାରେ ଅଛନ୍ତି । ତେବେ ସେ ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟବ୍ୟୁରୋର ପୂର୍ବତନ ସଦସ୍ୟ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ଏକ ବୟାନରେ ସେ କହିଛନ୍ତି, ‘ମୁଁ ପଦ୍ମ ଭୂଷଣ ପୁରସ୍କାର ବାବଦରେ ଜାଣିନାହିଁ, କେହି ମୋତେ ଏ ବିଷୟରେ ଜଣାଇ ନାହାନ୍ତି । ଯଦି ମୋତେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥାନ୍ତା, ତେବେ ମୁଁ ଏହାକୁ ଅସ୍ୱୀକାର କରିଥାନ୍ତି’ ।

Comments (0)
Add Comment