୫୨,୮୪୧ ହଜାର ଟଙ୍କା ମଦ କିଣିବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା, ବିଲ୍ ଭାଇରାଲ ହେବା ପରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏହି କ୍ରମରେ ଦେଶର ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲିଥିଲା । ପ୍ରଥମ ଦିନରୁ ହିଁ ମଦ ବେପାର ଖୁବ୍ ଭଲ ହୋଇଥିଲା । ଏମିତି ଗତ ୨ ଦିନ ମଧ୍ୟରେ ୧୦୦୦କୋଟି ଟଙ୍କାର ମଦ ବିକ୍ରି ହୋଇଥିବା କୁହାଯାଉଛି । ଏହି ସମୟରେ ଜଣେ ବ୍ୟକ୍ତି ୫୨୮୪୧ ଟଙ୍କା ମଦ କିଣି ହରଡଘଣାରେ ଏବେ ପଡିଛନ୍ତି । ଉଲ୍ଲେଖଯେଗାଗ୍ୟ ଯେ, କର୍ଣ୍ଣାଟକର ଅନିଜ ଗଜ୍ଜୀ ନାମକ ଜଣେ ବ୍ୟକ୍ତି ୫୨,୮୪୧ ଟଙ୍କାର ମଦ କିଣି ଏହାର ବିଲ୍ ସୋସିଆଲ ମିଡିଆରେ ସେୟର କରିଥିଲେ । ଅନିଜ ଜଣାନଥିଲେ ଯେ, ଏହି ବିଲ୍ ତାଙ୍କ ପାଇଁ ବୁମେରାଂ ହେବ । ଭାଇରାଲ ହେଉଥିବା ଏହି ବିଲ୍ କର୍ଣ୍ଣାଟକ ଅବକାରୀ ବିଭାଗ ପାଖକୁ ଆସିଥିଲେ । ଏହାପରେ ଅଧିକ ଟଙ୍କାର ମଦ ବିକିବା ଅଭିଯୋଗରେ ଦୋକାନୀଙ୍କ ନାମରେ ଏକ ମାମଲା ରୁଜୁ କରିଛି ଅବକାରୀ ବିଭାଗ । ପଚରାଉଚରାରୁ ଜଣାପଡିଛି ଯେ, ୮ଜଣ ମିଶି ମଦ କିଣିଥିଲେ । କିନ୍ତୁ ଜଣେ ପେମେଣ୍ଟ କରିଥିଲେ । ବାଙ୍ଗାଲୋର ସାଉଥ୍ ଅବକାରୀ ଡିସି ଏ ଗିରି କହିଛନ୍ତି ଆମେ ଏ ବିଷୟରେ ଅନୁସନ୍ଧାନ କରୁଛି । ଏହାପରେ ଆମେ ସଂପୃକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

Comments (0)
Add Comment