୧୫ ଦିନରେ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ଏବେ ମୂଲ୍ୟାୟନକୁ ନେଇ  ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।  ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି  ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏନେଇ ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ କହିଛନ୍ତି ଯେ,  ପରୀକ୍ଷା ବାତିଲ ହୋଇସାରିଛି । ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନହେଉ ।  କିଭଳି ମୂଲ୍ୟାୟନ କରାଯିବ, ସେନେଇ ବିଚାରବିମର୍ଶ ଚାଲୁ ରହିଛି ।  ୨ ସପ୍ତାହ ବା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ ।  ମୂଲ୍ୟାୟନ ପଦ୍ଧତି ସାର୍ବଜନୀନ ହେବ । ଆମେ ୱେବସାଇଟରେ ଦେବୁ ।  ନିର୍ଦ୍ଧାରିତ ସମୟରେ ରେଜଲ୍ଟ ମଧ୍ୟ ପ୍ରକାଶ କରାଯିବ ବୋଲି ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ କହିଛନ୍ତି । 

Comments (0)
Add Comment