ଅପ୍ରେଲ ୨୬ରୁ ଅଫଲାଇନ୍‌ରେ ହେବ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷା କରିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ସିବିଏସ୍‌ଇର ପରୀକ୍ଷା ନିୟନ୍ତ୍ରକଙ୍କ ଅନୁଯାୟୀ, ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬, ୨୦୨୨ ରୁ ଆରମ୍ଭ ହେବ । ବିଶେଷ କଥା ହେଉଛି ଏହି ପରୀକ୍ଷାଗୁଡ଼ିକ ଅଫଲାଇନ୍‌ ମୋଡରେ ହେବ । ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ବୋର୍ଡ ଏହାର ତାରିଖ ଘୋଷଣା କରିବେ ।
ସୂଚନାଯୋଗ୍ୟ ଯେ, କରୋନା ମହାମାରୀକୁ ନେଇ ଅନିଶ୍ଚିତତା ହେତୁ ଜୁଲାଇ ୫, ୨୦୨୧ରେ ବୋର୍ଡ ଦୁଇଟି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା କରିବାକୁ ଘୋଷଣା କରିଥିଲା । ଗତ ବର୍ଷ ପରି ଏଥର ମଧ୍ୟ ପରୀକ୍ଷା କେନ୍ଦ୍ରରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ଟର୍ମ-୨ ପରୀକ୍ଷାରେ ଛାତ୍ରମାନେ ଉଭୟ ଅବଜେକ୍ଟିଭ୍‌ ଏବଂ ସବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେବେ । ଟର୍ମ-୧ରେ କେବଳ ଅବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେଇଥିଲେ ଛାତ୍ରଛାତ୍ରୀ । ତେବେ ବୋର୍ଡର ଅଫିସିଆଲ୍‌ ୱେବସାଇଟ୍‌ cbse.nic.in ରେ ଶୀଘ୍ର ଏନେଇ ତାରିଖ ପ୍ରକାଶ ପାଇବ । ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରୁଛି । ଦେଶରେ କୋଭିଡଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଏହା କରାଯାଇଛି ।

Comments (0)
Add Comment