ଚନ୍ନି ଓ ସିଦ୍ଧୁଙ୍କ ନାଁରେ ମାମଲା

ଅମୃତସର: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ କଂଗ୍ରେସର ମାନସା ପ୍ରାର୍ଥୀ ସିଦ୍ଧୁ ମୋସେୱାଲାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମାମଲା ରୁଜୁ ହୋଇଛି । ନିୟମ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୬ଟା ପରେ କୌଣସି ପ୍ରାର୍ଥୀ ଆଉ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ । କିନ୍ତୁ ଚନ୍ନି ଓ ମୋସେୱାଲା ଗତକାଲି ସନ୍ଧ୍ୟା ୬ଟା ପରେ ମଧ୍ୟ ମାନସାରେ ପ୍ରଚାର କରିଥିଲେ । ଏପରି କରି ଉଭୟ ନିର୍ବାଚନ କମିଶନ ଜାରି କରିଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ତେଣୁ ସେମାନଙ୍କ ନାଁରେ ମାମଲା କରାଯାଇଛି ।

Comments (0)
Add Comment