ବେଜିଂ: ଆଫଗାନିସ୍ତାନରେ ୧୭ ଜଣ ଆତଙ୍କବାଦୀଙ୍କୁ ନେଇ ତାଲିବାନୀ ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ଚୀନ୍ ଏହାକୁ ସାହାଯ୍ୟ କରିବା ପାଇଁ ଟ୍ରେଜେରୀ ଖୋଲି ଦେଇଛି । ଗତକାଲି ଆଫଗାନିସ୍ତାନର ନୂତନ ସରକାର ପାଇଁ ଚୀନ୍ ୩୧ ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି । ଚୀନ୍ ଯୁକ୍ତି କରିଛି ଯେ ସେଠାରେ ଥିବା ବିଶୃଙ୍ଖଳାକୁ ଦୂର କରିବା ଏବଂ ଶୃଙ୍ଖଳା ଫେରାଇବା ପାଇଁ ଏହି ସାହାଯ୍ୟ ଆବଶ୍ୟକ । ସାହାଯ୍ୟର ପ୍ରଥମ ସାମଗ୍ରୀରେ ଚୀନ୍ ଆଫଗାନିସ୍ତାନକୁ ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ଏବଂ ଆବଶ୍ୟକ ଔଷଧ ଦେବ ।
ଚୀନ୍ର ବୈଦେଶିକ ମନ୍ତ୍ରୀ ପାକିସ୍ତାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଧବାର ଏହି ଘୋଷଣା କରିଛନ୍ତି । ଏହି ବୈଠକରେ ଚୀନ୍, ପାକିସ୍ଥାନ ବ୍ୟତୀତ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ତେବେ ପାକିସ୍ତାନର ଦୈଦେଶିକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଋଷ ଅଂଶଗ୍ରହଣ କରି ନାହିଁ ।