କାନ ଭିତରେ ତିନି ଦିନ ଧରି ଅସରପାର ରାଜୁତି

ନୂଆଦିଲ୍ଲୀ : ଆମର ଆଖି,କାନ କି ନାକ ଭିତରେ ପିମ୍ପୁଡ଼ିଟିଏ ପଶିଗଲେ କି ଧୂଳି ପଶିଗଲେ ଆମେ ଅସ୍ତବ୍ୟସ୍ତ ହୋଇପଡ଼ୁଛେ । ଛୋଟଠୁ ଆହୁରି ଛୋଟ ପୋକ ଅଖିରେ ପଶିଗଲେ ମଣିଷ ଛଟପଟ ହୋଇଯାଉଛି । ସେହି ଯନ୍ତ୍ରଣାର ତୀବ୍ରତା କେବଳ ଭୁକ୍ତଭୋଗୀ ହିଁ ଜାଣିପାରିବ । ତେଣୁ ଅସରପାଟିଏ ଯଦି କାନ ଭିତରକୁ ପଶିଯାଏ,ତେବେ ମଣିଷର ଅବସ୍ଥା କଅଣ ହେବ, ତାହା ସହଜେ ଅନୁମେୟ । ଏମିତି ଏକ ଘଟଣା ଘଟିଥିଲା ଅକଲାଣ୍ଡ ସହରବାସୀ ଜେନ ୱେଡିଂଙ୍କ ସହିତ । ଏଇ କିଛି ଦିନ ତଳେ ସେ ହଠାତ ତାଙ୍କ କାନରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । କାନ ଭିତର କେମିତି ଅବାଗିଆ ଲାଗିଲା । ପ୍ରଥମେ ସେ ଭାବିଲେ ଯେ ବୋଧେ ପାଣି ପଶିଯାଇଛି । କିନ୍ତୁ ଯନ୍ତ୍ରଣା ବଢିବାରୁ ସେ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ସବୁକଥା ଶୁଣି କହିଲେ,ବୋଧହୁଏ ଆପଣଙ୍କ କାନରେ ଟ୍ୟୁମର ହୋଇଯାଇଛି । ଏହା ଶୁଣି ୱେଡିଂ ଛାନିଆଁରେ ଚୌକିରୁ ଡେଇଁ ପଡ଼ିଲେ । ଡାକ୍ତରଙ୍କ କଥାକୁ ସେ ବିଶ୍ୱାସ କରିପାରିଲେ ନାହିଁ । ତେବେ ଡାକ୍ତର ଜଣକ ଚିକିତ୍ସା କରି କାନ ଭିତରୁ ଯାହା ବାହାର କଲେ, ତାହାକୁ ଦେଖି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଗଲେ । ବାହାରଥିବା ଜୀବଟି ଥିଲା ଏକ ଅସରପା । ତିନି ଦିନ ଧରି ଅସରପାଟି ୱେଡିଂଙ୍କ କାନ ଭିତରେ ରହି ଯନ୍ତ୍ରଣା ଦେଉଥିଲା ।

Comments (0)
Add Comment