ଗାନ୍ଧି ଅନୁଗତଙ୍କୁ ହଟାଇବା ଅଭିଯାନରେ ଜି-୨୩

ନୂଆଦିଲ୍ଲୀ,୧୭/୩ : ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଦଳକୁ ସଜାଡ଼ି ଏହାର ପୁନରୁଦ୍ଧାର ଦିଗରେ ଜୋରଦାର ଓ କଡ଼ା ଅଭିଯାନ ଆରମ୍‌ଭ କରିଦେଇଛନ୍ତି । ଏହି ରାଜ୍ୟଗୁଡ଼ିକର କଂଗ୍ରେଓ ସଭାପତିମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ସୋନିଆ । ଯେଉଁମାନଙ୍କ ଯୋଗୁ ଧଳର କ୍ଷତି ହୋଇଛି ଓ ଆଗକୁ ହେବାର ସମ୍ଭାବନା ରହିଛି,ସେମାନଙ୍କୁ ସାବାଡ଼ କରିବା ଲାଗି ସେ ଏକ ରଣନୀତି ପ୍ରସ୍ତୁତ କରିଛନ୍ତି । ଅପରପକ୍ଷେ,ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ନିର୍ବାଚନୀ ପରାଜୟ ପରେ ଦଳକୁ ଗାନ୍ଧି ପରିବାର ମୁକ୍ତ କରିବା ଲାଗି ସେମାନଙ୍କର ଅଭିଯାନକୁ ଜୋରଦାର କରିଛନ୍ତି । ଅସନ୍ତୁଷ୍ଟ ଗୋଷ୍ଠୀ-୨୩ର ନେତା ଗୁଲାମନବୀ ଆଜାଦ ଖୁବଶୀଘ ସୋନିଆଙ୍କୁ ଭେଟିବେ ବୋଲଇ କହିଛନ୍ତି । ଦଳରୁ ଗାନ୍ଧି ଅନୁଗତମାନଙ୍ଖୁ ହଟାଇବା ପାଇଁ ସେମାନେ ଦୃଢ ଦାବି କଣିଛନ୍ତି । ଇତିମଧ୍ୟରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ପୁଣି ଅଡ଼ୁଆରେ ପକାଇଛନ୍ତି ।

Comments (0)
Add Comment