କମିଲା,ପୁଣି ବଢିଲା : ଦିନକରେ ୨.୮୨ ଲକ୍ଷ ପଜିଟିଭ

ନୂଆଦିଲ୍ଲୀ : କିଛି ଦିନ କ୍ରମାଗତଭାବେ କରୋନା ସଂକ୍ରମଣ ବଢିବା ପରେ ପୁଣି ବୃଦ୍ଧି ଧାରାକୁ ଫେରିଛି । ଏବେ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୮୨୯୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୪୧ ଛୁଇଁଛି । ସେହିପରି ୧୮୩୧୦୦୦ସକ୍ରିୟ ମାମଲା ରହିଛି ଏବଂ ୩,୫୫,୮୩,୦୩୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍‌ ବ୍ୟତୀତ ୪,୮୭,୨୦୨ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ଦେଶରେ ୮ ହଜାର ଟପିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ।

Comments (0)
Add Comment