ଅନ୍ତରୀକ୍ଷରେ ରହସ୍ୟମୟ ବସ୍ତୁର ସଂଧାନ ପାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ମହାକାଶରେ ଏଭଳି ଅନେକ ବସ୍ତୁ ରହିଛି,ଯାହାର ସଂଧାନ ଏଯାଏଁ ମିଳି ନାହିଁ । ବୈଜ୍ଞାନିକମାନେ ସେମାନଙ୍କର ଅନୁସଂଧାନ ଜାରି ରଖିଛନ୍ତି । ତେବେ ମଝିରେ ମଝିରେ ବୈଜ୍ଞାନିକମାନେ କିଛି ବସ୍ତୁର ସଂଧାନ ଅବଶ୍ୟ ପାଉଛନ୍ତି । ଏବେ ଜ୍ୟୋତିର୍ବିଜ୍ଞାନୀମାନେ ଏକ ଅତି ରହସ୍ୟମୟ ବସ୍ତୁର ସଂଧାନ ପାଇଛନ୍ତି । ଏହା କୌଣସି ସୁପରନୋଭା ନୁେିଁ କି ପଲସର ବି ନୁହେଁ । ଏହାର ବୈଶିଷ୍ଟ୍ୟ ତଥା ଗତିବିଧି ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ବସ୍ତୁଟି ପ୍ରତି ୨୦ ମିନିଟରେ ଅଦୃଶ୍ୟ ହୋଇଯାଉଛି । କେବଳ ସେତିକି ନୁହେଁ,ଏହା ଆମ ପୃଥିବୀ ଉପରେ ପ୍ରତି ଏକ ଘଣ୍ଟାରେ ତିନି ଥର ବିପୁଳ ପରିମାଣର ଅଲୋକ ରଶ୍ମୀ ମଧ୍ୟ ପକାଉଛି । ଏହା ସୂର୍ଯ୍ୟଠାରୁ ୪ ହଜାର ଅଲୋକ ବର୍ଷ ଦୂରରେ ଅବସ୍ଥିତ । ଆଜି ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ମିଳିଥିବା ବସ୍ତୁମାନଙ୍କ ଠାରୁ ଏହା ସଂପୂର୍ଣ୍ଣ ଅଲଗା । ଏହାକୁ କେଉଁ ସ୍ପେସ ଅବଜେକ୍ଟ ଶ୍ରେଣୀରେ ରଖାଯାଇପାରିବ,ସେନେଇ ବୈଜ୍ଞାନିକମାନେ ସିଦ୍ଧାନ୍ତରେ ପହଞ୍ଚିପାରି ନାହାନ୍ତି । ନେଚର ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟରେ ଏହି ବସ୍ତୁ ସଂପର୍କରେ ବିସ୍ତୃତ ତଥ୍ୟ ଉଲ୍ଲେଖ କରାଯାଇଛି । ବୈଜ୍ଞାନିକମାନେ ଏହାର ନାମ ଗ୍ଲିମ-ଏକ୍ସଜେ ୧୬୨୭୫୯.୫-୫୨୩୫୦୪.୩ ରଖିଛନ୍ତି । ଏହାକୁ ସଂକ୍ଷେପରେ ଗ୍ଲିମ କୁହାଯାଉଛି । ଛାୟାପଥର ରେଡିଓ ତରଙ୍ଗର ଗବେଷଣା ବେଳେ ଏହାର ସଂଧାନ ମିଳିଥିଲା । ପ୍ରତି ୨୦ ମିନିଟରେ ଏହା ଅତି ତୀବ୍ର ଆଲୋକ ସହ ଉଦ୍‌ଭାସିତ ହୋଇ ଗାୟବ ହୋଇଯାଉଛି ।

Comments (0)
Add Comment