ଆମେରିକାରେ ମଧ୍ୟ ମିଳିବ କୋଭାକ୍ସିନ

ନୂଆଦିଲ୍ଲୀ : ଆଗକୁ ଆମେରିକାରେ ମଧ୍ୟ ମିଳିବ କୋଭାକ୍ସିନ ଟିକା । ଏହା ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଆମେରିକାର ଫେଡେରାଲ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) ପକ୍ଷରୁ କୋଭାକ୍ସିନର ଇନଭେଷ୍ଟିଗେସନାଲ ଡ୍ରଗ ଆପ୍ଲିକେସନ ଉପରେ ଲଗାଯାଇଥିବା ସ୍ଥଗିତାଦେଶ ପ୍ରତ୍ୟାହାର କରିନିଆଯାଇଛି । ଏହା ଫଳରେ ଏଣିକି ଆମେରିକାରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ (ପରୀକ୍ଷଣ) ଓ ଉତ୍ପାଦନ ସମ୍ଭବ ହୋଇପାରିବ । ଆମେରିକା ଓ କାନାଡା ପାଇଁ ଅକୁଜେନ ନାମକ କମ୍ପାନି କୋଭାକ୍ସିନ ଉତ୍ପାଦନ ଓ ବିତରଣ ନିମନ୍ତେ ଲାଇସେନ୍ସ ପ୍ରାପ୍ତ କରିଛି । ୨୦୨୧ ନଭେମ୍ବର ମାସରେ କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଥିଲା । ଏହାପରେ କୋଭାକ୍ସିନକୁ ଇତି ମଧ୍ୟରେ ବିଶ୍ୱର ଶତାଧିକ ଦେଶ ଅନୁମତି ଦେଇସାରିଲେଣି । ଏସବୁ ଦେଶ ମଧ୍ୟରେ ରହିଛି ଆମେରିକା, କାନାଡା,ସ୍ପେନ, ଫ୍ରାନ୍ସ,ଜର୍ମାନୀ । ୨୦୨୧ ଜାନୁଆରିରେ ଏହାକୁ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି ।

Comments (0)
Add Comment