ଗୋଣ୍ଡା : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇଟି ଘର ଭାଙ୍ଗିଯାଇଛି । ଏଥିରେ ୧୪ ଜଣ ଘର ଭିତରେ ପୋତି ହୋଇଯାଇଥିଲେ । ଏମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ ବାହାରକୁ ଆଣିଥିଲେ । କିନ୍ତୁ ସେତେବେଳକୁ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେମାନଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଏବଂ ତିନି ପିଲା ଅଛନ୍ତି । ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଲକ୍ଷୌ୍ନର ଟ୍ରମା କେନ୍ଦ୍ରକୁ ପଠାଯାଇଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।