ଦାଉଦର ହିଟ୍‌ ଲିଷ୍ଟରେ ସଂଖ୍ୟାଧିକ ରାଜନେତା

ନୂଆଦିଲ୍ଲୀ,୧୯/୨: କୁଖ୍ୟାତ ମାଫିଆ ଡନ୍‌ ଦାଉଦ ଇବ୍ରାହିମ ସମ୍ପର୍କରେ ନୂଆ ତଥ୍ୟ ହାସଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଭାରତକୁ ଟାର୍ଗେଟ କରିବା ପାଇଁ ଦାଉଦ ଏକ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି । ଏଥିସହ ଭାରତର କିଛି ବଛାବଛା ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ ଦାଉଦର ହିଟଲିଷ୍ଟରେ ରହିଛନ୍ତି । ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଦାଉଦ ଯୋଜନା କରୁଥିବା ଏନଆଇଏ ଜାଣିବାକୁ ପାଇଛି । ଏକଥା ଜଣାପଡିବା ପରେ ଏନଆଇଏ ପକ୍ଷରୁ ଦାଉଦ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଦାଉଦର ଟାର୍ଗେଟରେ ଦିଲ୍ଲୀ ଓ ମୁମ୍ବାଇ ରହିଛି । ଏହି ଦୁଇ ସହରକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ସେ ଲକ୍ଷ୍ୟ ରଖିଛି । ତା’ ଟାର୍ଗେଟରେ ଭାରତର ବିଭିନ୍ନ ରାଜନେତା ଓ ବ୍ୟବସାୟୀ ରହିଛନ୍ତି । ସେମାନଙ୍କ ଉପରେ ହମଲା କରି ଆତଙ୍କ ସୃଷ୍ଟି କରିବାକୁ ସେ ଚାହୁଁଛି ବୋଲି ଏଫଆଇଆରରେ କୁହାଯାଇଛି । ସମଗ୍ର ଭାରତରେ ଦାଉଦ ତା’ର ନେଟୱର୍କ ବିଛାଇବାକୁ କିଛି ମାତ୍ରାରେ ସକ୍ଷମ ହୋଇଛି । ଭାରତରେ ଆକ୍ରମଣ ପାଇଁ ଯୋଜନାରେ ସାମିଲ ଥିବା ଲୋକଙ୍କୁ ହାୱାଲା ଚ୍ୟାନେଲ ଦ୍ୱାରା ଆର୍ଥିକ ସହାୟତା ମଧ୍ୟ କରାଯାଉଛି । ଦାଉଦ କିଛି ଲୋକଙ୍କୁ ଦେଶ ବିରୋଧୀ କାମ ପାଇଁ ଉସକାଇବା ସହ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଲକ୍ଷ୍ୟରେ ଥିବା ଏନଆଇଏ ତଦନ୍ତରୁ ଜାଣିବାକୁ ପାଇଛି ।

Comments (0)
Add Comment