ବଜାରରେ ବୁଲୁଛି ନକଲି କୋଭିିସିଲ୍ଡ ଟିକା


ନୂଆଦିଲ୍ଲୀ : ବଜାରରେ ନକଲି କୋଭିସିଲ୍ଡ ଟିକା ଘୁରି ବୁଲୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଏଥିନେଇ ସତର୍କ କରାଇଛି । ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି କି ଭାରତ ଓ ଉଗାଣ୍ଡାରେ କିଛି ପରିମାଣର ଏହି ନକଲି ଟିକା ଜବତ କରାଯାଇଛି । ଜୁଲାଇ ଓ ଅଗଷ୍ଟ ମାସରେ କେତେକ ସ୍ଥାନରୁ ଏହି ନକଲି ଟିକା ମିଳିଛି । କୋଭିସିଲ୍ଡ ଟିକାର ପ୍ରସ୍ତୁତକାରୀ କମ୍ପାନି ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଜବତ ଟିକା ନକଲି ବୋଲି କହିଛି । ନକଲି ଟିକା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ତେଣୁ ଏଭଳି ଟିକାକୁ ତୁରନ୍ତ ବଜାରରୁ ହଟାଇବା ସହ ଏହା ଉପରେ ପଦକ୍ଷେପ ନେବାକୁ ଡବ୍ଲ୍ୟୁଏଚ୍ଓ କହିଛି ।
ସେପଟେ ଭାରତ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘଟଣାର ତଦନ୍ତ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଭାରତରେ ୪୮ କୋଟିରୁ ଅଧିକ ଡୋଜ୍ର କୋଭିସିଲ୍ଡ ଟିକା ଦିଆଯାଇସାରିଛି । ତା’ଛଡା ଏସ୍ଆଇଆଇ ପକ୍ଷରୁ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶମାନଙ୍କୁ ମଧ୍ୟ ଏହି ଟିକା ଯୋଗାଇ ଦିଆଯାଇଛି । ଭାରତ ମଧ୍ୟ କିଛି ଦେଶକୁ ମାଗଣା କୋଭିସିଲ୍ଡ ଟିକା ପ୍ରଦାନ କରିଛି

Comments (0)
Add Comment