ଦେଶରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲ.୯/୨: କରୋନାରେ ସଂକ୍ରମିତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍‌’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍‌ ମାର୍କ’ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ର (ଫେବିସ୍ପ୍ରେ) ଶୁଭାରମ୍ଭ କରିଛି । ‘ଫେବିସ୍ପ୍ରେ’ର ପ୍ରସ୍ତୁତି ଏବଂ ବିକ୍ରୟ ଲାଗି ‘ଗ୍ଲନ୍‌ ମାର୍କ’ ତ୍ୱରାନ୍ୱିତ ଅନୁମୋଦନ ପ୍ରକ୍ରିୟାର ଅଂଶବିଶେଷ ଭାବେ ଡିସିଜିଆଇଙ୍କ ଠାରୁ ଅନୁମୋଦନ ପାଇଛି । କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଏହି ଔଷଧକୁ ନାକପୁଡା ଭିତରେ ‘ସ୍ପ୍ରେ’ କରାଯିବ । ଏ ସଂକ୍ରାନ୍ତରେ ଜାରି ଔପଚାରିକ ବିବୃତିରେ ଉଲ୍ଲେଖ ଅଛି: ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଏହି ଔଷଧ ୨୪ ଘଣ୍ଟାରେ ୯୪% ଏବଂ ୪୮%ରେ ୯୯% ଭୂତାଣୁ ହ୍ରାସ କରୁଥିବା ପରୀକ୍ଷାରୁ ଜଣାପଡିଛି । ନିରାପଦ ସାବ୍ୟସ୍ତ ହୋଇଥିବା ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’କୁ କୋଭିଡ୍‌-୧୯ ରୋଗୀମାନେ ଭଲ ଭାବେ ସହ୍ୟ କରିପାରୁଛନ୍ତି । ଏହା ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଏବଂ ସମୁଚିତ ସମୟରେ ଚିକିତ୍ସା ପାଇଁ ବିକଳ୍ପ ହୋଇପାରିବ ବୋଲି ଆମର ଭରସା ଅଛି ।

Comments (0)
Add Comment