ନୂଆଦିଲ୍ଲୀ : ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ କନ୍ନଡ ଭାଷାକୁ ଭାରତର ସବୁଠାରୁ ଖରାପ ଭାଷା ବୋଲି ଆଖ୍ୟା ଦେଇଛି । ଯେଉଁଥିପାଇଁ ଗୁଗୁଲ କ୍ରମାଗତ ଭାବରେ ସମାଲୋଚନାର ସମ୍ମୁଖୀନ ହେଉଥିଲା । ଏହା ପରେ ଗୁରୁବାର ଦିନ ଗୁଗୁଲ ଇଣ୍ଡିଆର ମୁଖପାତ୍ର ଏକ ବିବୃତ୍ତି ଦେଇ ଭାରତୀୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା କେବଳ ବୈଷୟିକ ଭୁଲ ବୋଲି ସେ କହିଛନ୍ତି । ଏହା କମ୍ପାନୀର ନିଜସ୍ୱ ଚିନ୍ତାଧାରା ନୁହେଁ ।
ସୂଚନାଯୋଗ୍ୟ ଯେ, ଯେତେବେଳେ ଜଣେ ଉପଭୋକ୍ତା ଗୁଗୁଲରେ ‘ଭାରତର ସବୁଠାରୁ ଖରାପ ଭାଷା’ ଖୋଜୁଥିଲେ, ସେତେବେଳେ ଉତ୍ତରରେ ‘କନ୍ନଡ ଭାଷା’ ଲେଖାଯାଇଥିଲା । ଏ ସଂପର୍କରେ କର୍ଣ୍ଣାଟକ ସରକାର ମଧ୍ୟ ଗୁଗୁଲ କମ୍ପାନୀକୁ ନୋଟିସ ଦେବା ବିଷୟରେ କହିଥିଲେ ।