ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ | ବିମାନ ଦୁର୍ଘଟଣାରେ ଆହତ ହୋଇ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କୁନ୍ନୁର ବିମାନ ଦୁର୍ଘଟଣାରେ ଦେଶ ତା’ର ପରାକ୍ରମୀ ଯୋଦ୍ଧାଙ୍କୁ ହରାଇଥିବାବେଳେ ଆଜି ଏହି ଦୁର୍ଘଟଣାର ଶିକାର ହୋଇଥିବା ଆଉ ଏକ ବୀର ଯୋଦ୍ଧାଙ୍କୁ ଦେଶ ହରାଇଛି । ଚିକିôସାଧୀନ ଅବସ୍ଥାରେ ଶେଷରେ ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ’ଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ପରେ ଏକମାତ୍ର ବରୁଣ ସିଂ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ।
ବେଙ୍ଗାଲୁରୁ କମାଣ୍ଡ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ସୂଚନାମୁତାବକ ଏହି ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଘଟଣାସ୍ଥଳରୁ ଏକମାତ୍ର ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ଓ ତାଙ୍କୁ ବେଙ୍ଗାଲୁରୁ କମାଣ୍ଡ ହସ୍ପିଟାଲରେ ଚିକତ୍ସା କରାଯାଉଥିଲା । ତେବେ ତାଙ୍କ ଠାରୁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତେ ଆଶା ବାନ୍ଧିଥିବାବେଳେ , ଉକ୍ତ ଆଶା ଆଶାରେ ହିଁ ରହିଗଲା । ବରୁଣଙ୍କ ଦେହାନ୍ତ ଖବର ଜାଣି ପ୍ରଧାନମନ୍ତ୍ରୀ ଗଭୀରେ ଭାବେ ଦୁଃଖ ପ୍ରକାଶ କରିଛନ୍ତି ।

Group Captain Barun Singh deadଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ପରଲୋକ
Comments (0)
Add Comment