Israeli Report: ପରିବାର ସଦସ୍ୟଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆତଙ୍କବାଦୀ!

ଯୁଦ୍ଧ ଭିତରେ କ୍ରୁରତାର ଅନେକ କାହାଣୀ ଆପଣ ଶୁଣିଥିବେ, କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କ ହାର୍ଟବିଟ୍ ବଢାଇ ଦେଇଛି ।ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଆତଙ୍କବାଦୀଙ୍କ କଳା କାରନାମାର ଏମିତି ଏକ ସତ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ। ବନ୍ଦୀମାନଙ୍କ ଉପରେ ହମାସ ଯେଉଁ ଅମାନୁଷିକ ଅତ୍ୟାଚାର କରିଛି, ତାହା ସଭ୍ୟ ସମାଜ କେବେ କଳ୍ପନା ମଧ୍ୟ କରିପାରିବ ନାହିଁ।

ସାମ୍ନାକୁ ଆସିଛି ୩୦୦ ପୃଷ୍ଠାର ଏକ ସାଂଘାତିକ ବିସ୍ତୃତ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ , ହମାସର ଆତଙ୍କବାଦୀମାନେ ଇସ୍ରାଏଲୀ ବନ୍ଦୀମାନଙ୍କୁ କେବଳ ବନ୍ଦୀ କରି ରଖିନଥିଲେ, ବରଂ ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ନିଜ ପରିବାର ସଦସ୍ୟଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ଏହି ରିପୋର୍ଟରେ ଦାବି କରାଯାଇଛି , ଏହି ଯୌନ ନିର୍ଯାତନା, ଦୁଷ୍କର୍ମ ଏବଂ ଅପମାନ କୌଣସି ସାଧାରଣ ଘଟଣା ନଥିଲା। ଏହାକୁ ଏକ ଯୋଜନାବଦ୍ଧ ରଣନୀତି ଭାବେ ବ୍ୟବହାର କରାଯାଉଥିଲା, ଯେମିତି ଏହାଦ୍ବାରା କେବଳ ଜଣେ ବ୍ୟକ୍ତି ନୁହେଁ, ବରଂ ସମ୍ପୂର୍ଣ୍ଣ ପରିବାର ଏବଂ ସମଗ୍ର ସମୁଦାୟ ଚିରଦିନ ପାଇଁ ଭାଙ୍ଗି ଚୁରମାର୍ ହୋଇଯିବେ। ଯନ୍ତ୍ରଣା ଏବଂ ପୀଡ଼ାକୁ ଚରମ ସୀମାରେ ପହଞ୍ଚାଇବା ହିଁ ଥିଲା ଏହି ଆତଙ୍କୀଙ୍କ ଏକମାତ୍ର ଉଦ୍ଦେଶ୍ୟ।

ଯୁଦ୍ଧର ଏହି ଭୟଙ୍କର ଚିତ୍ର ସମଗ୍ର ମାନବ ଜାତି ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ତର୍ଜାତୀୟ ସ୍ତରରେ ଏଭଳି ଅମାନୁଷିକ କାର୍ଯ୍ୟର ବିରୋଧରେ କଠୋର ପଦକ୍ଷେପ ନିଆଯିବା ଉଚିତ୍ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ।

ଅଧିକ ପଢ଼ନ୍ତୁ : ବଦଳିଗଲା ଆଇପିଏଲ୍‌ର ପ୍ଲେ-ଅଫ୍ ସମୀକରଣ !

captive storyhamas ReportWar crime
Comments (0)
Add Comment